ଆସାମରେ ଲଜ୍ଜ୍ୟା ; ଟ୍ୟୁସନରୁ ଫେରୁଥିବା ଫେରୁଥିବା ବେଳେ ନାବାଳିକାକୁ ଦୁଷ୍କର୍ମ, ଥାନାରେ ମାମଲା ରୁଜୁ

ଆସାମର ଜଣେ ୧୪ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ।କୋଲକତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଚାଲିଥିବା ସାରା ଦେଶରେ ଅସନ୍ତୋଷ ମଧ୍ୟରେ ପୁଣି ଏକ ବର୍ବରତା ଘଟଣା ସାମନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆସାମର ଜଣେ ୧୪ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ। ଟ୍ୟୁସନରୁ ଫେରିବା ବାଟରେ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Assam

ଖବର ଅନୁସାରେ, ଗତକାଲି ସନ୍ଧ୍ୟାରେ ନାବାଳିକା ଜଣକ ଟ୍ୟୁସନରୁ ଫେରିବା ବାଟରେ ଏହି ନାରକୀୟ କାଣ୍ଡ ଘଟିଛି। ଆଜି କିଛି ସ୍ଥାନୀୟ ଲୋକ ନାବାଳିକାଙ୍କୁ ରାସ୍ତାକଡରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେବା ପରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ଅଧିକ ତଦନ୍ତ କରୁଛି। ସେପଟେ ଘଟଣାସ୍ଥଳରେ କିଛି ଲୋକ ବ୍ୟାପକ ବିରୋଧ ପ୍ରଦର୍ଶନ କରିଛନ୍ତି। କିଛି ଛାତ୍ର ସଂଗଠନ ମଧ୍ୟ ଆଜି ରାଜ୍ୟରେ ବନ୍ଦ ଡାକରା ଦେଇଛନ୍ତି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି। ସେ କହିଛନ୍ତି, "ଅପରାଧୀଙ୍କୁ ଆଦୌ ଛଡ଼ାଯିବ ନାହିଁ ଏବଂ ଆନ୍ଦୋଳନକାରୀଙ୍କୁ ନିଶ୍ଚୟ ନ୍ୟାୟ ଦେବୁ। ମୁଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଘଟଣାସ୍ଥଳକୁ ଯିବା ସହ ଅପରାଧୀଙ୍କ ବିରୁଦ୍ଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛି।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+