କୋଲକାତା ବଳାତ୍କାର-ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ସଞ୍ଜୟକୁ ମିଳିବ କି ଜାମିନ? ଜାଣନ୍ତୁ କଣ କହିଲେ ସୁପ୍ରିମକୋର୍ଟ
କୋଳକାତା: ଆମେ ସଞ୍ଜୟ ରୟଙ୍କୁ ଜାମିନ ଦେଇ ଦେବା ଉଚିତ, କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାର ଶୁଣାଣି ବେଳେ ବିଚାରପତି ପାମେଲା ଗୁପ୍ତା ରାଗିଯାଇ ସିବିଆଇକୁ ତୀବ୍ର ନିନ୍ଦା କରିଥିଲେ। ତେବେ କୋଲକାତା ହାଇକୋର୍ଟରେ ଏନେଇ ଶୁଣାଣି ହେବା ସମୟରେ ସିବିଆଇ ଏବଂ ସରକାରୀ ଓକିଲ ବିଳମ୍ବରେ ପହଞ୍ଚିଥିଲେ।
ସେମାନଙ୍କ ଉପରେ ବିଚାରପତି ଏତେ ରାଗି ଯାଇଥିଲେ ଯେ କହିବାକୁ ଲାଗିଲେ, ମୁଁ ସଞ୍ଜୟଙ୍କୁ ଜାମିନ ଦେଇଦେବି କି? ସିବିଆଇକୁ କୋର୍ଟ ଭର୍ତ୍ସନା କରିଛନ୍ତି ଓ ଏହା ଅଳସୁଆ ପଣର ଉଦାହରଣ ବୋଲି ବି କହିଛନ୍ତି। ଏପରି ଘଟଣା କ୍ଷମତାସୀନ ଟିଏମସିକୁ କୋଲକାତା ହରର ତଦନ୍ତ କରୁଥିବା ସିବିଆଇ ଓ ବିଜେପିକୁ ସମାଲୋଚନା କରିବାର ସୁଯୋଗ ଦେଇଛି। ଟିଏମସି କହିଛି ଯେ ନ୍ୟାୟକୁ ରଫଦଫା କରିବାକୁ ସିବିଆଇ ଉଦ୍ୟମ କରୁଛି।
ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ କରିଥିବା ଜାମିନ ଆବେଦନର ଶୁଣାଣି ସେଆଲଦା କୋର୍ଟର ମାଜିଷ୍ଟ୍ରେଟ କରିଥିଲେ। ତେବେ ଶୁଣାଣି ସମୟରେ ସିବିଆଇର ତଦନ୍ତକାରୀ ଅଧିକାରୀ ଅନୁପସ୍ଥିତ ରହିଥିଲେ। ସଞ୍ଜୟର ଓକିଲ ଜାମିନ ପାଇଁ ଯୁକ୍ତି ଉପସ୍ଥାପନ କରୁଥିବା ବେଳେ ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ ପାମେଲା ଗୁପ୍ତାଙ୍କୁ କୁହାଯାଇଥିଲା ଯେ ସିବିଆଇ ଓକିଲ ବିଳମ୍ବରେ ଆସିବେ।
ଓକିଲଙ୍କୁ ଅପେକ୍ଷା କରାଯାଥିବା ବେଳେ ମାଜିଷ୍ଟ୍ରେଟ କହିଥିଲେ ଯେ "ସଞ୍ଜୟ ରୟକୁ କ'ଣ ମୁଁ ଜାମିନ ଦେଇଦେବି? ଏପରି ଆଭିମୁଖ୍ୟ ସିବିଆଇର ଆଳସ୍ୟପଣକୁ ଦର୍ଶାଉଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।" ସିବିଆଇ ଓକିଲ ପ୍ରାୟ ୪୦ ମିନିଟ ବିଳମ୍ବରରେ ପହଞ୍ଚିଥିଲେ। ଏହାର କାରଣ ମଧ୍ୟ ସେ କୋର୍ଟଙ୍କୁ ଜଣାଇଥିଲେ। ଏହାପରେ ଶୁଣାଣି ଆରମ୍ଭ ହୋଇଥିଲା। ଦୁଇ ପକ୍ଷଙ୍କୁ ଶୁଣିବା ପରେ ମାଜିଷ୍ଟ୍ରେଟ ଅଭିଯୁକ୍ତ ସଞ୍ଜୟ ରୟକୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି।

ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟର ପଲିଗ୍ରାଫ୍ ଟେଷ୍ଟକୁ ନେଇ ଚର୍ଚ୍ଚା । ସାଇକୋଲୋଜିକାଲ ଟେଷ୍ଟରେ ସତ ମାନିଥିବା ସଞ୍ଜୟ, ମିଛଧରା ପରୀକ୍ଷାରେ ମିଛ କହିଛି । ଟେଷ୍ଟ ସମୟରେ ସଞ୍ଜୟ ରୟ କହିଛି ଯେ, 'ମୁଁ ଟ୍ରେନି ଡାକ୍ତରଙ୍କୁ ହତ୍ୟା କରିନାହିଁ, ମୋତେ ଫସାଇ ଦିଆଯାଇଛି । ମୁଁ ମୃତଦେହ ଦେଖିବା ପରେ ଦୌଡ଼ି ସେଠାରୁ ପଳାଇଥିଲି । ' ସେପଟେ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ସଞ୍ଜୟ ରୟ ବ୍ୟତୀତ ଦ୍ବିତୀୟ ବ୍ୟକ୍ତିଙ୍କୁ ଗିରଫ କରିପାରି ନାହିଁ । ଘଟଣା ପରଦିନ କୋଲକାତା ପୋଲିସ ହିଁ ସଞ୍ଜୟ ରୟକୁ ଗିରଫ କରିଥିଲା । ତଦନ୍ତ ଦାୟିତ୍ବ ନେବା ପାଖରୁ ସିବିଆଇ ସଞ୍ଜୟ ରୟକୁ ପଚରା ଉଚରା କରୁଛି ।
ଅଗଷ୍ଟ ୨୫ରେ କୋଲକାତା ପ୍ରେସିଡେନ୍ସି ଜେଲରେ ସଞ୍ଜୟ ରୟର ପଲିଗ୍ରାଫ ଟେଷ୍ଟ କରାଇଥିଲା ସିବିଆଇ । ଏହି ସମୟରେ ତାକୁ ମୋଟ୍ ୧୦ଟି ପ୍ରଶ୍ନ ପଚରାଯାଇଥିଲା । ସେମିନାର ହଲରେ ହତ୍ୟା କରିବା ପରେ ତୁମେ କ'ଣ କଲ ବୋଲି ପ୍ରଶ୍ନରେ ସଞ୍ଜୟ ରୟ କହିଛି, 'ମୁଁ ହତ୍ୟା କରିନାହିଁ । ମୁଁ ମୃତଦେହ ଦେଖିବା ପରେ ସେମିନାର ହଲରୁ ଦୌଡ଼ି ପଳାଇଥିଲି । ତେବେ ପଲିଗ୍ରାଫ୍ ଟେଷ୍ଟରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନିଜର ସଂପୃକ୍ତିକୁ ସିଧାସଳଖ ଖାରଜ କରିଦେଇଛି ସଞ୍ଜୟ ରୟ ।












Click it and Unblock the Notifications