ବିହାର ବିଧାନସଭା ନିର୍ବାଚନର ପ୍ରଥମ ବିଜୟୀ ପ୍ରାର୍ଥୀ ଶାଲିନୀ ମିଶ୍ର

ବିହାର ବିଧାନସଭା ନିର୍ବାଚନର ଫଳାଫଳ ଧୀରେ ଧୀରେ ସ୍ପଷ୍ଟ ହେଉଛି । ଏଥର ମଧ୍ୟ ନୀତିଶ କୁମାର ବାଜି ମାରୁଥିବା ଯାହା ଟ୍ରେଣ୍ଡରୁ ଜଣାପଡିଛି । ଏନଡିଏ ଓ ମହାମେଣ୍ଟରେ ପ୍ରଥମର କଡା ଟକ୍କର ଚାଲିଥିବା ବେଳେ ଏବେ ୨୦୯ ସିଟରେ ଏନଡିଏ ଆଗୁଆ ରହିଛି । ମହାମେଣ୍ଟ ୨୮ଟି ସିଟରେ ରହିଛି । ସବୁଠାରୁ ପ୍ରଥମ ବିଜୟୀ ହୋଇଛନ୍ତି ଶାଲିନୀ ମିଶ୍ର । ନିର୍ବାଚନରେ ତାଙ୍କର ବିଜୟ ଫଳାଫଳ ପ୍ରଥମେ ଘୋଷଣା କରାଯାଇଥିଲା । ରିପୋର୍ଟ ଅନୁସାରେ ସେ ୫୮,୦୦୦ରୁ ଅଧିକ ଭୋଟ ପାଇଛନ୍ତି ।

Shalini Mishra

ଶାଲିନୀ ମିଶ୍ର ପୂର୍ବ ଚମ୍ପାରଣର କେଶରିଆ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେ ଜେଡିୟୁର ପ୍ରାର୍ଥୀ ହୋଇଥିଲେ । ଭୋଟ ଗଣତି ଆରମ୍ଭରୁ ସେ ନେତୃତ୍ୱ ନେଇଥିଲେ ଏବଂ ବିଜୟ ପର୍ଯ୍ୟନ୍ତ ଏହି ନେତୃତ୍ୱ ବଜାୟ ରଖିଥିଲେ । ତଥ୍ୟ ଅନୁସାରେ ଶାଲିନୀ ମିଶ୍ର ୫୮,୯୭୦ ଭୋଟ ସହିତ ବିଜୟୀ ହୋଇଛନ୍ତି ।
ଶାଲିନୀ ମିଶ୍ର କେଶରିଆ ବିଧାନସଭା ଆସନରୁ ୨୦୨୦ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ଏଥର ତାଙ୍କୁ ପୁଣି ଥରେ ଜେଡିୟୁ ପ୍ରାର୍ଥୀ କରିଥିଲା ଏବଂ ମହାମେଣ୍ଟର ପ୍ରାର୍ଥୀ ବରୁଣ ବିଜୟଙ୍କୁ ପରାସ୍ତ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+