ଆଜି ସାରୁଛି ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ, ନୂଆ ଗଭର୍ଣ୍ଣର ପାଇଁ ଆଇବିଆଇ

ଆଜି ସରୁଛି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ। କୋଭିଡ୍ ମହାମାରୀ ସହ ଦୀର୍ଘ ୬ ବର୍ଷ କାଳ ସେ ସଫଳତାର ସହ ଦାୟିତ୍ଵ ତୁଲାଇଛନ୍ତି। ତାମିଲନାଡ଼ୁ କ୍ୟାଡର ଆଇଏଏସ୍‌ ଶକ୍ତିକାନ୍ତଙ୍କ କାର୍ଯ୍ୟକାଳ ଡିସେମ୍ବର ୧୦ରେ ସରୁଥିବାବେଳେ ଆଗକୁ ତାହା ବଢ଼ି ନ ପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା। ୨୦୧୮ ଡିସେମ୍ବର ୧୨ରେ ଉରଜିତ ପଟେଲଙ୍କ କାର୍ଯ୍ୟକାଳ ସରିବା ପରେ ଶକ୍ତିକାନ୍ତ ୨୫ତମ ଆର୍‌ବିଆଇ ଗଭର୍ଣ୍ଣର ହୋଇଥିଲେ।

IBI for new governor

୨୦୨୧ ଡିସେମ୍ବର ୧୦ରେ ଶକ୍ତିକାନ୍ତଙ୍କ କାର୍ଯ୍ୟକାଳ ସରୁଥିବାବେଳେ ମାସକ ପୂର୍ବରୁ କେନ୍ଦ୍ର ସରକାର ତାହାକୁ ୩ ବର୍ଷ ପାଇଁ ବଢ଼ାଇଥିଲେ। ଫଳରେ ଆର୍‌ବିଆଇର ୯୦ ବର୍ଷର ଇତିହାସରେ ଶକ୍ତିକାନ୍ତ ସର୍ବାଧିକ ସମୟ ପାଇଁ ରହିଥିବା ଗଭର୍ଣ୍ଣର ହିସାବରେ ରେକର୍ଡ କରିଥିଲେ। ୨୦୨୩ ଓ ୨୦୨୪ରେ ଶକ୍ତିକାନ୍ତ ଦୁଇଥର ଆନ୍ତର୍ଜାତିକ ସ୍ତରରେ 'ଏ+' ମାନ୍ୟତା ପାଇଥିଲେ। ୬ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଶକ୍ତିକାନ୍ତ କୋଭିଡ୍‌-୧୯ ସମେତ ୟୁକ୍ରେନ୍‌ ଯୁଦ୍ଧ ଓ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଭଳି ଅନେକ ଆହ୍ବାନର ମୁକାବିଲା କରିଥିଲେ। ତେବେ ଶକ୍ତିକାନ୍ତଙ୍କ ପରେ ରାଜସ୍ଵ ସଚିବ ସଞ୍ଜୟ ମାଲହୋତ୍ରା ଆରବିଆଇ ଗଭର୍ଣ୍ଣର ଦାୟିତ୍ଵ ସମ୍ଭାଳିବେ। କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ସଞ୍ଜୟ ପରବର୍ତ୍ତୀ ଆର୍‌ବିଆଇ ଗଭର୍ଣ୍ଣର ଭାବେ ଡିସେମ୍ବର ୧୧ରେ ଯୋଗଦେବେ। ତାଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ। ରାଜସ୍ଥାନ ପାହ୍ୟାର ୧୯୯୦ ବ୍ୟାଚ୍‌ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ସଞ୍ଜୟ ମାଲହୋତ୍ରା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) କାନପୁରରୁ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ହାସଲ କରିବା ପରେ ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟରେ ପବ୍ଲିକ ପଲିସି ବିଷୟରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଛନ୍ତି। ତାଙ୍କ ବୃତ୍ତିଗତ ଜୀବନରେ ମାଲହୋତ୍ରା ମହାରତ୍ନା କମ୍ପାନୀ ଆରସି ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ, ଆର୍ଥିକ ସେବା ବିଭାଗ ସଚିବ ଭଳି ବହୁ ପ୍ରମୁଖ ପଦରେ ରହିଆସିଛନ୍ତି। ଡିସେମ୍ବର ୨୦୨୨ରେ, ତରୁଣ ବଜାଜଙ୍କ କାର୍ଯ୍ୟକାଳ ସରିବା ପରେ ସେ ଅର୍ଥ ମନ୍ତ୍ରଣାଳୟରେ ରାଜସ୍ୱ ସଚିବ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୨୩ ଏପ୍ରିଲରେ ତାଙ୍କୁ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। ଆର୍ଥିକ ଓ ଟିକସ ନୀତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଖଣିଜ ଓ ଶକ୍ତି ଆଦି କ୍ଷେତ୍ରରେ ତାଙ୍କର ବିଶେଷ ଅଭିଜ୍ଞତା ରହିଛି। ବର୍ତ୍ତମାନ ପରିସ୍ଥିତିରେ ମୁଦ୍ରାସ୍ଫୀତି ସର୍ବାଧିକ ଥିବାବେଳେ ଆର୍ଥିକ ଅଭିବୃଦ୍ଧିରେ ମନ୍ଥରତା ଦେଖାଦେଇଛି; ତେଣୁ ଏହାର ମୁକାବିଲା କରିବା ସଞ୍ଜୟଙ୍କ ପାଇଁ ଆହ୍ବାନ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+