ସିଭିୟର ସାଇକ୍ଲୋନରେ ପରିଣତ ହୋଇଛି ଶକ୍ତି, ଗୁଜରାଟ ମୁହାଁ ହେବା ସମ୍ଭାବନା

ଆରବ ସାଗରରେ ବାତ୍ୟା ଶକ୍ତି । ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ଉତ୍ତରପୂର୍ବ ଆରବସାଗରରେ ସିଭିୟର ସାଇକ୍ଲୋନରେ ପରିଣତ ହୋଇଛି । ଏହା ପଶ୍ଚିମ ଦିଗରେ ଆଗକୁ ଗତି କରୁଛି । ଆଜି ସନ୍ଧ୍ୟାରେ ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ମଧ୍ୟ ଆରବ ସାଗରରେ ପହଞ୍ଚିବ । ଆସନ୍ତାକାଲି ସକାଳେ ଏହା ଗୁଜରାଟ ମୁହାଁ ହେବା ସମ୍ଭାବନା ରହିଛି। ଏହାପରେ ଧୀରେ ଧୀରେ ଏହା ଦୁର୍ବଳ ହେବ । ଆରବ ସାଗରରେ ଏହା ବର୍ଷର ପ୍ରଥମ ବାତ୍ୟା । ବର୍ତ୍ତମାନ ଏହା ଗୁଜରାଟର ଦ୍ବାରକା ଠାରୁ ପଶ୍ଚିମରେ ପ୍ରାୟ ୩ଶହ କିମି ଦୂରରେ ରହିଛି ।

Shakti

ଏହା ଭାରତୀୟ ଉପକୂଳରେ ସିଧାସଳଖ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ନାହିଁ। କିନ୍ତୁ ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ମହାରାଷ୍ଟ୍ରରେ ଭୀଷଣରୁ ଅତିଭୀଷଣ ବର୍ଷା ହେବ ବୋଲି ଆକଳନ କରିଛି IMD। ତୀବ୍ର ବେଗରେ ପବନ ସହ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ଆଶଙ୍କା ରହିଛି। ମୁମ୍ବାଇ ଓ କୋଙ୍କଣର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମୁମ୍ବାଇ ସହ ମରାଠୱାଡ଼ା ଓ ଉତ୍ତର କୋଙ୍କଣରେ ୮ ତାରିଖ ପର୍ଯ୍ୟନ୍ତ ଭୀଷଣ ବର୍ଷା ପାଇଁ ହାଇ ଆଲର୍ଟ ଜାରି କରାଯାଇଛି । ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ସମ୍ଭାବ୍ୟ ଜଳବନ୍ଦୀ ସ୍ଥିତି ଆଶଙ୍କା କରି ମୁମ୍ବାଇରେ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+