ଗାନ୍ଧୀ ଜୟନ୍ତୀରେ ରାଷ୍ଟ୍ରପତି ଭବନରେ “ଶକ୍ତି ହାଟ”ର ଲୋକାର୍ପଣ କଲେ ମାନ୍ୟବର ରାଷ୍ଟ୍ରପତି

ନୂଆଦିଲ୍ଲୀ/ଭୁବନେଶ୍ୱର : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଭବନ ଠାରେ ନବୀକରଣ ହୋଇଥିବା ସିଲେଇ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର "ଶକ୍ତି ହାଟ"ର ଲୋକାର୍ପଣ କରିଛନ୍ତି ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ।

ସିଲେଇ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର "ଶକ୍ତି ହାଟ" ମହିଳାଙ୍କ ଦକ୍ଷତା ବଢାଇବ । ନାରୀଶକ୍ତି ସଶକ୍ତିକରଣର ମହାନ ପଦକ୍ଷେପରେ ସ୍କିଲ୍ ଇଣ୍ଡିଆ ସହଯୋଗୀ ହେବା ଖୁସିର ବିଷୟ ବୋଲି ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।"ଶକ୍ତି ହାଟ"ରେ ନିର୍ମିତ ପ୍ରସ୍ତୁତ ସାମଗ୍ରୀ ଗୁଡିକ ଅମୃତ ଉଦ୍ୟାନରେ ଉପଲବ୍ଧ ହେବ । କୁଶଳୀ ପଦକ୍ଷେପ ମହିଳାମାନଙ୍କୁ ସଶକ୍ତ କରିବା ଆର୍ଥିକ ରୂପେ ସବଳ କରବ ।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତିଙ୍କ ସହ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି ଯେ ରାଷ୍ଟ୍ରପତି ଭବନର ମହିଳା ବାସିନ୍ଦାମାନଙ୍କୁ ସଶକ୍ତ କରିବା ତଥା ସେମାନଙ୍କୁ ସ୍କିଲ୍, ଅପ୍ ସ୍କିଲ୍ କରାଇବା ପାଇଁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ମାନ୍ୟବର ରାଷ୍ଟ୍ରପତିଙ୍କ "ଶକ୍ତି ହାଟ" ଏକ କଲ୍ୟାଣକାରୀ ପଦକ୍ଷେପ । ନାରୀଶକ୍ତି ସଶକ୍ତିକରଣର ଏହି ମହାନ ପଦକ୍ଷେପରେ ସ୍କିଲ୍ ଇଣ୍ଡିଆ ସହଯୋଗୀ ହେବା ଖୁସିର ବିଷୟ ।

shakti
"ଶକ୍ତି ହାଟ"କୁ ଏକ ବହୁମୁଖୀ ଦକ୍ଷତା, ନବସୃଜନ ଏବଂ ଉଦ୍ୟମିତା କେନ୍ଦ୍ରରେ ପରିଣତ କରିବାର ଲକ୍ଷ୍ୟ ନେଇ ସ୍କିଲ୍ ଇଣ୍ଡିଆ ସହଯୋଗର ହାତ ବଢାଇବ । "ଶକ୍ତି ହାଟ"ରେ ନିର୍ମିତ ପ୍ରସ୍ତୁତ ସାମଗ୍ରୀ ଗୁଡିକ ଅମୃତ ଉଦ୍ୟାନରେ ଉପଲବ୍ଧ ହେବ । ଏହିପରି କୁଶଳୀ ପଦକ୍ଷେପ ମହିଳାମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଆର୍ଥିକ ରୂପେ ସବଳ କରବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+