ନିର୍ବାଚନ ପୂର୍ବରୁ ଶାହାଙ୍କ ଦୃଢ଼ୋକ୍ତି, କହିଲେ ବିହାରରେ....

ବିହାରରେ ଗୁରୁବାର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏକ ସାକ୍ଷାତକାରରେ ଶାସକ ଏନ୍‌ଡିଏ ରାଜ୍ୟରେ ସ୍ପଷ୍ଟ ଏବଂ ସହଜ ବିଜୟ ହାସଲ କରିବ ବୋଲି ଦୃଢ଼ୋକ୍ତି କରିଛନ୍ତି । ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଶାହ କହିଛନ୍ତି, ବିହାରରେ ଏନ୍‌ଡିଏ ଭଲ ସ୍ଥିତିରେ ଅଛି । ଆମେ ୧୬୦ରୁ ଅଧିକ ଆସନରେ ଜିତି ନୀତୀଶ କୁମାରଙ୍କ ନେତୃତ୍ୱରେ ସରକାର ଗଠନ କରିବୁ । ମେଣ୍ଟରେ ସାମିଲ ସବୁ ଦଳର ଷ୍ଟ୍ରାଇକ୍‌ ରେଟ୍‌ ମଧ୍ୟ ଭଲ ରହିବ । ନୀତିଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି । ଦିଲ୍ଲୀରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଅଛନ୍ତି । ତେଣୁ ଉଭୟ ପଦ ଖାଲି ନଥିବା ସେ ଦର୍ଶାଇଥିଲେ ।

Shah

ମହାମେଣ୍ଟ ପୋଷ୍ଟରରୁ ଲାଲୁ ଯାଦବଙ୍କ ଫଟୋ ଗାୟବ ଥିବା ନେଇ ସାକ୍ଷାତକାରରେ ଶାହ ବିରୋଧୀଙ୍କୁ ସମାଲୋଚନା କରିଥିଲେ । ସେ କହିଥିଲେ, ଆମର ପୋଷ୍ଟରରେ ଅନେକ ନେତାଙ୍କୁ ସ୍ଥାନ ଦିଆଯାଇଥାଏ ଯେଉଁମାନେ ନିର୍ବାଚନ ଲଢ଼ନ୍ତି ନାହିଁ । ତଥାପି ଆମେ ତାଙ୍କୁ ପୋଷ୍ଟରରେ ରଖିଥାଉ । ଏପରିସ୍ଥଳେ ମହାମେଣ୍ଟ ନିଜର ଏହି ପଦକ୍ଷେପ ପଛର କାରଣ ଦର୍ଶାଉ । ସେହିପରି ଭୋଟ୍‌ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତନାଟ୍ୟମ ନାଚିପାରିବେ ବୋଲି ରାହୁଲ ଗାନ୍ଧୀଙ୍କ ବୟାନକୁ ଶାହ କଡ଼ା ସମାଲୋଚନା କରିଥିଲେ ।

ସେ କହିଥିଲେ, ଏଭଳି ମନ୍ତବ୍ୟ କଂଗ୍ରେସର ହତାଶାକୁ ଦର୍ଶାଉଛି । ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହେବାପରେ ଜନତାଙ୍କ ନିକଟରେ ପହଞ୍ଚି ନ ପାରିବାରୁ ଜଣେ ପ୍ରଧାନମନ୍ତ୍ରୀ ପ୍ରଚାର କରିବା ଅନୁଚିତ୍‌ ବୋଲି କଂଗ୍ରେସ କହିବା ଆରମ୍ଭ କଲା । କ'ଣ ପାଇଁ ଜଣେ ପ୍ରଧାନମନ୍ତ୍ରୀ ପ୍ରଚାର କରିବେ ନାହିଁ । ନିର୍ବାଚନ ହେଉଛି ଗଣତନ୍ତ୍ରର ପର୍ବ । ଜନତାଙ୍କ ସହ ଯୋଡି଼ହେବା ସବୁ ନେତାଙ୍କର ଦାୟିତ୍ୱ । ଯେତେଥର କଂଗ୍ରେସ ମୋଦିଜୀଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଛି ସବୁଥର ଦେଶର ଜନତା ବିଜେପିର ବିଜୟକୁ ସୁନିଶ୍ଚିତ କରି ତାର ଜବାବ ଦେଇଛନ୍ତି । ଏଥର ମଧ୍ୟ ସେମାନଙ୍କ ଗାଳିର ଓଲଟା ପ୍ରଭାବ ପଡି଼ବ ।

ବିହାରରେ ଏସ୍‌ଆଇଆର୍‌ ପ୍ରସଙ୍ଗରେ ସେ କହିଥିଲେ ଯେ, ଏହା ଏକ ରୁଟିନ୍‌ ପ୍ରଶାସନିକ ପ୍ରକ୍ରିୟା । ଏହା କେବଳ ନିର୍ବାଚନ ହେବାକୁ ଥିବା ରାଜ୍ୟରେ ହେଉନାହିଁ । ଏହାକୁ ପର୍ଯ୍ୟାୟକ୍ରମେ କରାଯାଉଛି । ୧୯୫୫ ମସିହାରୁ ଅଦ୍ୟାବଧି ୧୧ ଥର ଏସ୍‌ଆଇଆର ହୋଇସାରିଛି । ସେହିପରି ରାଜ୍ୟରେ ୬୫ ଲକ୍ଷ ଜାଲ୍‌ ଭୋଟରଙ୍କୁ ତାଙ୍କ ଦଳ ନୁହେଁ, ନିର୍ବାଚନ କମିଶନ ବାଦ୍‌ କରିଥିବା ସେ ପ୍ରକାଶ କରିଥିଲେ ।

ଶାହ ଆହୁରି କହିଥିଲେ, ଜାତି, ଧର୍ମ ନିର୍ବିଶେଷରେ ସମାଜର ସମସ୍ତ ବର୍ଗର ବିକାଶ ଉପରେ ଏନ୍‌ଡିଏର ଫୋକସ୍‌ ରହିଛି । ଉନ୍ନତ ଶାସନ ଏବଂ ଜନକଲ୍ୟାଣମୁଖୀ କାର୍ଯ୍ୟକ୍ରମ ଯୋଗୁ ଏନ୍‌ଡିଏ ଲୋକଙ୍କ ଆସ୍ଥା ଜିତିଛି । ମୋଦି ସରକାର କ୍ଷମତାକୁ ଆସିବା ପରେ ଗରିବଙ୍କ କଲ୍ୟାଣ ଲାଗି ଆମେ ଅନେକ ଯୋଜନା ଆଣିଥିଲୁ । ସେଥିଯୋଗୁ ୫୦ ପ୍ରତିଶତରୁ ଅଧିକ ଲୋକେ ସୁଫଳ ପାଇବା ସହ ସଶକ୍ତ ହୋଇଛନ୍ତି । ଦେଶର ଗରିବଙ୍କ ଭବିଷ୍ୟତ ଏନ୍‌ଡିଏ ହାତରେ ଥିବା ସେ ଦର୍ଶାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+