Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀ ବ୍ଲାଷ୍ଟ ମାମଲାରେ ଗିରଫ ହୋଇଥିବା ଶାହିନୀଙ୍କ ପୂବତନ ସ୍ୱାମୀ କଲେ ବଡ଼ ଖୁଲାସା, କହିଲେ .....

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣର କିଛି ଘଣ୍ଟା ପୂର୍ବରୁ ଫରିଦାବାଦରୁ ବିପୁଳ ପରିମାଣର ବିସ୍ଫୋରଣ ଓ ଅସ୍ତ୍ରଶସ୍ତ୍ର ମିଳିବା ଘଟଣାରେ ଗିରଫ ହୋଇଥିବା ମହିଳା ଡାକ୍ତର ଶାହୀନ ସୟିଦର ପୂର୍ବତନ ସ୍ୱାମୀ ଡାକ୍ତର ହାୟାତ ଜାଫର ବଡ଼ କଥା କହିଛନ୍ତି। ଶାହୀନ ବେଶ ଉଦାରବାଦ ମତମତ ଦେଉଥିଲା ଓ ତା'ର ବୟାନ କେବେ ହେଲେ ଧାର୍ମିକ ଆଧାରରେ ନଥିଲା ବୋଲି ଜାଫର କହିଛନ୍ତି।

ତାଙ୍କ କହିବା କଥା ଯେ ଶାହୀନ ସହ ୨୦୧୨ରେ ତାଙ୍କର ଛାଡ଼ପତ୍ର ହୋଇଥିଲା। ଏହାପୂର୍ବରୁ କିନ୍ତୁ ଶାହୀନ ନିଜର ଦୁଇ ପିଲା ଓ ପରିବାର ସହ ଅଷ୍ଟ୍ରେଲିଆ କିମ୍ବା ୟୁରୋପରେ ରହିବାକୁ ଚାହୁଁଥିଲା। କିନ୍ତୁ ୨୦୧୨ରେ ଡାକ୍ତର ଜାଫର ଓ ଶାହୀନ ମଧ୍ୟରେ ଛାଡ଼ପତ୍ର ହୋଇଯାଇଥିଲା। ସେବେଠାରୁ ଡାକ୍ତର ଜାଫର କେବେ ବି ଶାହୀନ ସହ ଯୋଗାଯୋଗ କରି ନଥିଲେ ବୋଲି କହିଛନ୍ତି।

ଲକ୍ଷ୍ନୌର ଦଲିଗଞ୍ଜର ମୂଳବାସିନ୍ଦା ଶାହୀନ ସୟିଦକୁ ସୋମାବାର ଗିରଫ କରାଯାଇଥିଲା। ସେ ଭାରତରେ ଜୈଶର ମହିଳା ୱିଙ୍ଗ ପ୍ରତିଷ୍ଠା କରିବାର ଦାୟିତ୍ୱ ପାଇଥିଲା। ଭାରତରେ ଜୈଶର ମହିଳା ୱିଙ୍ଗ ଜମାତ ଉଲ ମୋମିନାତର ନେତୃତ୍ୱ ନେଉଥିଲା ଶାହୀନ। ଜୈଶର ଫରିଦାବାଦ ଟେରର ମଡ୍ୟୁଲ ପର୍ଦ୍ଦାଫାସ ହେବା ପରେ ତା'କୁ ଗିରଫ କରାଯାଇଥିଲା। ତା' କାରରୁ ରେଡ ବେଳେ ଆସଲ୍ଟ ରାଇଫଲ ମିଳିଥିଲା। ଅଲ ଫଲାହ ବିଶ୍ୱବିଦ୍ୟାଳୟରେ ଡାକ୍ତର ଭାବେ କାମ କରେ ଶାହୀନ। କଶ୍ମିରୀ ଡାକ୍ତର ମୁଜାମିଲ ଶକୀଲ ଓରଫ ମୁସାଇବର ଘନିଷ୍ଠ ସହଯୋଗୀ ଭାବେ ସେ ପରିଚିତ।

delhi blast
ମୁଜାମିଲର ଦୁଇଟି ଭଡ଼ା ଘରୁ ରେଡ ପରେ ୨୯୦୦ କେଜିର ବିସ୍ଫୋରକ ମିଳିଥିଲା। ଏହାପରେ ତା'କୁ ଗିରଫ କରାଯାଇଥିଲା। ତା' ଲିଙ୍କରେ ପୁଲିସ ଶାହୀନ ପାଖରେ ପହଞ୍ଚିଥିଲା। ଜମ୍ମୁ-କଶ୍ମୀରର ପୁଲୱାମା ଅନ୍ତର୍ଗତ କୌଲର ମୂଳବାସିନ୍ଦା ମୁଜାମିଲ ଧୌଜ ସ୍ଥିତ ଅଲ ଫଲାହ ବିଶ୍ୱବିଦ୍ୟାଳୟର ବରିଷ୍ଠ ଡାକ୍ତର ଭାବେ କାମ କରୁଥିଲା।

ଶ୍ରୀନଗରରେ ଜୈଶ ସମର୍ଥନରେ ମୋଷ୍ଟର ମାରି ଗିରଫ ହୋଇଥିବା ଡାକ୍ତର ଆଦିଲ ଅହମଦ ରାଥେର ଠାରୁ ତଥ୍ୟ ହାସଲ କରି ପୁଲିସ୍‌ ମୁଜାମିଲ ପାଖରେ ପହଞ୍ଚିଥିଲା। ଏହାପରେ ତା' ଠିକଣାରୁ ଏତେ ପରିମାଣର ବିସ୍ଫୋରକ ମିଳିଥିଲା। ଯାଞ୍ଚ ବେଳେ ଗୋଟିଏ କାରରୁ ଆସଲ୍ଟ ରାଇଫଲ, ପିସ୍ତଲ ଓ ଗୁଳିଗୋଳା ଜବତ ହୋଇଥିଲା। ଉକ୍ତ କାରଟି ଥିଲା ଶାହୀନା ଶାହିଦର।

ଆଦିଲ, ମୁଜାମିଲ ଓ ଶାହୀନ ଗିରଫ ହେବା ପରେ ସେମାନଙ୍କ ସହଯୋଗୀ ମହମ୍ମଦ ଉମର ପୂରା ଡରି ଯାଇଥିଲା। ସେ ମଧ୍ୟ ଶାହୀନା ଓ ମୁଜାମିଲ ଭଳି ଅଲ ଫଲାହ ହସ୍ପିଟାଲରେ ଡାକ୍ତର ଭାବେ କାମ କରୁଥିଲା। ବିସ୍ଫୋରକ ସହ ସହଯୋଗୀମାନେ ଗିରଫ ହେବାରୁ ଉମର ଆତଙ୍କିତ ଅବସ୍ଥାରେ ଫରିଦାବାଦ ଛାଡ଼ି ଦେଇଥିଲା। ଏହାପରେ ସେ ବଳକା ବିସ୍ଫୋରକ ଦ୍ୱାରା ଯୋଜନା ଅନୁସାରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ( Blast In Delhi)) କରିଥିଲା ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

ଏବେ ଶାହୀନର ପୂର୍ବତନ ସ୍ୱାମୀ ଡାକ୍ତର ଜାଫର କହିଛନ୍ତି, "ମୋର ତା'ସହ କୌଣସି ଲିଙ୍କ ନାହିଁ। ମୁଁ ତା' ସହ କୌଣସି ସମ୍ପର୍କ ରଖିନାହିଁ। ଆମେ ୨୦୧୨ରୁ ଅଲଗା ହୋଇଯାଇଛୁ। ଆମର ଦୁଇ ଜଣ ପିଲା ରହିଛନ୍ତି ଓ ସେମାନେ ମୋ ସହ ରୁହନ୍ତି। ଆମର ଆରେଞ୍ଜ ମ୍ୟାରେଜ ହୋଇଥିଲା।

ଅଲଗା ହେବା ଦିନ ଠାରୁ ତା' ସହ ମୁଁ କୌଣସି ଯୋଗାଯୋଗରେ ନାହିଁ। ସେ କେବେ ହେଲେ ଧର୍ମକୁ ନେଇ କୌଣସି ମତ ଦିଏ ନାହିଁ। ସବୁବେଳେ ଉଦାରବାଦ ମତ ରଖେ। ଅଷ୍ଟ୍ରେଲିଆ କିମ୍ବା ୟୁରୋପରେ ରହିବାକୁ ସେ ଚାହୁଁଥିଲା। ଏହାପରେ ଆମେ ଅଲଗା ହୋଇଯାଇଥିଲୁ।"

ଡାକ୍ତର ଜାଫରଙ୍କ କହିବା କଥା ଯେ ଅଷ୍ଟ୍ରେଲିଆ ଯିବାକୁ ନେଇ ଶାହୀନ ସହ ତାଙ୍କର ମତଭେଦ ସୃଷ୍ଟି ହୋଇଥିଲା। ସେ କହିଛନ୍ତି, "ଅଷ୍ଟ୍ରେଲିଆ ଯିବାକୁ ନେଇ ଆମ ଭିତରେ ମତପାର୍ଥକ୍ୟ ଦେଖା ଯାଇଥିଲା। ମୋ ପିଲାମାନେ ବି ତା' ସହ କଥା ହୁଅନ୍ତି ନାହିଁ। ସେ ପୁଲମୋନୋଲୋଜି ବା ଶ୍ୱାସକ୍ରିୟା ଜନିତ ପ୍ରଫେସର ଥିଲା। ୨୦୦୬ରେ ସେ ଡିଗ୍ରୀ ହାସଲ କରିଥିଲା।"

ମଙ୍ଗଳବାର ଶାହୀନର ବାପା ମଧ୍ୟ ଝିଅ ଏପରି କାମରେ ଲିପ୍ତ ଥିବା ବିଶ୍ୱାସ କରିପାରୁ ନଥିବା କହିଥିଲେ। ଶାହୀନର ବାପା ସୟିଦ ଅହମଦ ଅନସାରୀ କହିଥିଲେ ଯେ "ମୋ ବଡ଼ ପୁଅ ଶୋଏବା ମୋ ସହ ଏଠାରେ ରୁହେ। ଦ୍ୱିତୀୟ ସନ୍ତାନ ଶାହୀନ ସୟିଦ ଗତକାଲି ଗିରଫ ହୋଇଛି।

ଆହ୍ଲାବାଦରେ ସେ ମେଡିସିନରେ ପାଠପଢ଼ୁଥିଲା। ମୋ ସାନ ପୁଅ ପରଭେଜ ଅନସାରୀର ଘରେ ଗତକାଲି ରେଡ ହୋଇଛି। ସେ ଏ ସହର ଦୀର୍ଘ ବର୍ଷ ହେଲା ଛାଡ଼ି ସାରିଛି। ଶାହୀନ ଫରିଦାବାଦରେ କାମ କରୁଥିଲା ଓ ଡାକ୍ତର ଜାଫରଙ୍କୁ ବିବାହ କରିଥିଲା। ମୋ ଝିଅ ଏସବୁ କାମରେ ସାମିଲ ଥିବ ବୋଲି ମୁଁ ବିଶ୍ୱାସ କରିପାରୁନି।"

ତାଙ୍କ କହିବା କଥା ଯେ ସେ ପ୍ରାୟ ମାସେ ତଳେ ଶାହୀନ ସହ କଥା ହୋଇଥିଲେ। କିନ୍ତୁ ଜାଫରଙ୍କ ସହ ନିୟମିତ କଥା ହୁଅନ୍ତି। ଶାହୀନର ଗିରଫଦାରୀ ସମ୍ପର୍କରେ ତାଙ୍କ ପାଖରେ କୌଣସି ଅଧିକ ସୂଚନା ନାହିଁ। ଶାହୀନ ଗିରଫ ହେବା ପରେ ଏନଆଇଏ ଓ ଏଟିଏସ ଲକ୍ଷ୍ନୌ ସ୍ଥିତ ତାଙ୍କ ବାପାଙ୍କ ଘରେ ପହଞ୍ଚି ଯାଞ୍ଚ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+