ଶହୀଦ ଦିବସ ୨୦୨୫ : ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କୁ ମନେ ପକାଉଛି ଦେଶ

ଶହୀଦମାନଙ୍କୁ ସମ୍ମାନିତ କରିବା ଏବଂ ଦେଶ ପାଇଁ ସେମାନଙ୍କ ବଳିଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଭାରତରେ ଶହୀଦ ଦିବସ ପାଳନ କରାଯାଏ। ଏହି ଦିନ ଭାରତର ଗର୍ବ, ସମ୍ମାନ ଏବଂ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଭଗତ ସିଂହ ଏବଂ ତାଙ୍କ ସାଥୀ ରାଜଗୁରୁ ଓ ସୁଖଦେବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ।

ମାର୍ଚ୍ଚ 23 କୁ ସାରା ଦେଶ ସହିଦ ଦିବସ ଭାବେ ପାଳନ କରୁଛି । 1931 ମସିହାରେ ଆଜିର ଦିନରେ ତିନି ସ୍ୱାଧୀନତା ବିପ୍ଳବୀ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କୁ ଫାଶୀ ଦିଆଯାଇଥିଲା

ଶହୀଦ ଦିବସ ଦେଶ ପାଇଁ ଏକ ବିଶେଷ ଏବଂ ଭାବପ୍ରବଣର ଦିନ। ମାର୍ଚ୍ଚ ୨୩ରେ, ଭାରତର ସନ୍ତାନ ସହିଦ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁ ଦେଶ ପାଇଁ ହସି ହସି ମୃତ୍ୟୁଦଣ୍ଡକୁ ଗ୍ରହଣ କରିନେଇଥିଲେ। ସେମାନଙ୍କ ବଳିଦାନ ପାଇଁ ଦେଶର ପ୍ରତ୍ୟେକ ନାଗରିକ ପ୍ରକୃତ ହୃଦୟରେ ସେମାନଙ୍କୁ ସଲାମ କରନ୍ତି।

ଆଜି ଆମ ଦେଶ ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ସାହସୀ ପୁତ୍ରମାନଙ୍କ ଆଗରେ ନତମସ୍ତକ । ସ୍ୱାଧୀନତାର ଲଢେଇରେ ଭାରତ ମାତା ତାର କେତେ ପୁଅକୁ ହରାଇଛି ସେ ସେସମସ୍ତଙ୍କୁ ଆଜି ଦେଶ ସ୍ମରଣ କରୁଛି । ଅନେକ ବୀରଙ୍କର ବଳିଦାନ ପରେ ଆମେ ଏହି ସ୍ୱାଧୀନତା ପାଇଛନ୍ତି, ଯାହାକି ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ । ମାର୍ଚ୍ଚ 23 କୁ ସାରା ଦେଶ ସହିଦ ଦିବସ ଭାବେ ପାଳନ କରୁଛି । 1931 ମସିହାରେ ଆଜିର ଦିନରେ ତିନି ସ୍ୱାଧୀନତା ବିପ୍ଳବୀ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କୁ ଫାଶୀ ଦିଆଯାଇଥିଲା । ଯେଉଁ ବୟସରେ ଲୋକମାନେ ନିଜ ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖନ୍ତି, ସେହି ବୟସରେ ଭାରତ ମାତାର ସାହାସୀ ବିପ୍ଳବୀ ଦେଶ ପାଇଁ ନିଜ ବେକରେ ଫାଶୀର ଫନ୍ଦା ଲଗାଇବାକୁ ମଧ୍ୟ ପଛଘୁଞ୍ଚା ଦେଇନଥିଲେ ।

ଏହି ତିନିଜଣଙ୍କ ବିରୋଧରେ ବ୍ରିଟିଶ ପୋଲିସ ଅଧିକାରୀ ଜନ୍ ସାଣ୍ଡର୍ସଙ୍କ ହତ୍ୟା ଅଭିଯୋଗ ହୋଇଥିଲା । ଏହି ତିନି ବୀର ଲାଲା ଲଜପତ ରାୟଙ୍କ ସମେତ ସାଇମନ୍ କମିଶନଙ୍କ ବହିଷ୍କାରକୁ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରୁଥିଲେ । ଏହି ସମୟରେ ବ୍ରିଟିଶ ସରକାର ଲାଠି ଚାର୍ଜ କରିବାକୁ ଲାଲା ଲଜପତ ରାୟଙ୍କ ମୃତ୍ୟୁ ହୋଇଥିଲା । ଏହାର ପ୍ରତିଶୋଧରେ 1928 ରେ ଭଗତ ସିଂହ ଏବଂ ରାଜଗୁରୁ ସାଉଣ୍ଡର୍ସଙ୍କୁ ହତ୍ୟା କରିଥିଲେ । ଏହି ଯୋଜନାରେ ସୁଖଦେବ ଏବଂ ଚନ୍ଦ୍ରଶେଖର ଆଜାଦ ମଧ୍ୟ ସାମିଲ ଥିଲେ ।

Shaheed Diwas 2025

ଏହି ଘଟଣା ପରେ ଭଗତ ସିଂହ 'ଜନ ସୁରକ୍ଷା ଏବଂ ବାଣିଜ୍ୟ ବଣ୍ଟନ ବିଲ୍'କୁ ବିରୋଧ କରି କେନ୍ଦ୍ରୀୟ ସଭାରେ ଏକ ବୋମା ଫିଙ୍ଗିଥିଲେ । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ସେ କୋର୍ଟରେ କହିଥିଲେ ଯେ ବଧିରକୁ ଶୁଣିବାକୁ ଉଚ୍ଚ ସ୍ୱର ହେବା ଆବଶ୍ୟକ । ଏହି ସ୍ୱାଧୀନତା ସଂଗ୍ରାମୀଙ୍କୁ ଫାଶୀ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଫାଶି ଦେବାର କାରଣ:
ଦେଶର ସ୍ୱାଧୀନତା ପାଇଁ ବୀର ପୁତ୍ର ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରି ଜନସୁରକ୍ଷା ଏବଂ ବାଣିଜ୍ୟ ବିତରଣ ବିଲକୁ ବିରୋଧ କରି ସେମାନେ ସେଣ୍ଟ୍ରାଲ ଆସେମ୍‌ବ୍ଲିରେ ବୋମା ଫିଙ୍ଗିଥିଲେ। ଏହା ପରେ ସେମାନଙ୍କୁ ଗିରଫ କରାଯାଇ ଫାଶି ଦିଆଯାଇଥିଲା। ମାର୍ଚ୍ଚ ୨୩ ସେହିଦିନ ଥିଲା ଯେତେବେଳେ ବ୍ରିଟିଶ ସରକାର ଦେଶର ଏହି ତିନି ବୀର ପୁଅଙ୍କୁ ଫାଶୀ ଦେଇଥିଲେ।

ଭଗତ ସିଂହ:-
ମାତୃଭୂମି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଭଗତ ସିଂହ ୨୮ ସେପ୍ଟେମ୍ବର ୧୯୦୭ରେ ପଞ୍ଜାବର ଲାୟଲପୁରରେ ଜନ୍ମଗ୍ରହଣ କରିଥିଲେ। ଚନ୍ଦ୍ରଶେଖର ଆଜାଦ ଏବଂ ଦଳର ଅନ୍ୟ ସଦସ୍ୟଙ୍କ ସହ ସେ ସାହସର ସହିତ ଭାରତର ସ୍ୱାଧୀନତା ପାଇଁ ବ୍ରିଟିଶ ସରକାର ସହିତ ଲଢିଥିଲେ। ଭଗତ ସିଂହଙ୍କ ସ୍ଲୋଗାନ୍‌ 'ଇନ୍‌କିଲାବ ଜିନ୍ଦାବାଦ' ବହୁତ ପ୍ରସିଦ୍ଧ। ଦେଶବାସୀଙ୍କ ମଧ୍ୟରେ ଜୋଶ୍ ଭରିବା ନେଇ ଏହି ସ୍ଲୋଗାନ ଭଲ କାମ କରିଥିଲା।

ଶହୀଦ ସୁଖଦେବ:-
ସୁଖଦେବ ୧୫ ମେ ୧୯୦୭ରେ ପଞ୍ଜାବର ଲାୟଲପୁର ପାକିସ୍ଥାନରେ ଜନ୍ମଗ୍ରହଣ କରିଥିଲେ। ଭଗତ ସିଂହ ଏବଂ ସୁଖଦେବଙ୍କ ପରିବାର ପରସ୍ପରଙ୍କ ପାଖାପାଖି ରହୁଥିଲେ। ଏନେଇ ଏହି ଦୁଇ ହିରୋଙ୍କ ମଧ୍ୟରେ ଗଭୀର ବନ୍ଧୁତା ରହିଥିଲା। କେବଳ ଏତିକି ନୁହେଁ ଉଭୟ ଲାହୋର ନ୍ୟାସ୍‌ନାଲ୍‌ କଲେଜର ଛାତ୍ର ମଧ୍ୟ ଥିଲେ। ସୁଖଦେବ ସାଣ୍ଡର୍ସ ହତ୍ୟା ମାମଲାରେ ଭଗତ ସିଂହ ଏବଂ ରାଜଗୁରୁଙ୍କୁ ସମର୍ଥନ କରିଥିଲେ।

ଶହୀଦ ରାଜଗୁରୁ:-
ଶହୀଦ ରାଜଗୁରୁ ୨୪ ଅଗଷ୍ଟ ୧୯୦୮ରେ ପୁଣେ ଜିଲ୍ଲାର ଖେଡା ଠାରେ ଜନ୍ମଗ୍ରହଣ କରିଥିଲେ। ରାଜଗୁରୁ ଶିବାଜୀଙ୍କ ଗୁଇନ୍ଦା ଶୈଳୀର ପ୍ରଶଂସକ ହେବା ସହିତ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ଚିନ୍ତାଧାରା ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+