ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ନିଶାଦ୍ରବ୍ୟ ଚୋରାଚାଲାଣ ଓ ଜାତୀୟ ନିରାପତ୍ତା ସମ୍ପର୍କିତ ସମ୍ମିଳନୀ

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀଠାରେ ନିଶାଦ୍ରବ୍ୟ ଚୋରା ଚାଲାଣ ଏବଂ ଜାତୀୟ ନିରାପତ୍ତା ଉପରେ ଆଧାରିତ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଏନ୍‍ସିବି ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଉତ୍ତର ଭାରତର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିଶାଦ୍ରବ୍ୟ କାରବାର ରୋକିବା ଏବଂ ଜାତୀୟ ନିରାପତ୍ତା ଉପରେ ଏହାର ପ୍ରଭାବକୁ ଦୂର କରିବା ଉପରେ ଗୁରୁତ୍ୱ ଦେବା ।

ଏହି ଅବସରରେ ଶାହା ନିଶାଦ୍ରବ୍ୟ ନଷ୍ଟ ସମ୍ବନ୍ଧିତ ଏକ ପାକ୍ଷିକ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏଥିସହିତ ଶ୍ରୀ ଶାହା ଏନ୍‍ସିବିର ଭୋପାଳ ୟୁନିଟ୍‍ର ନୂତନ କାର୍ଯ୍ୟାଳୟ ଉଦ୍‍ଘାଟନ ସହ ମାନସ-୨ ହେଲପ୍‍ ଲାଇନ୍‍ର ସଂପ୍ରସାରଣକୁ ଉଦ୍‍ଘାଟନ କରିଛନ୍ତି । ଚଳିତମାସ ମାସ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ନିଶାଦ୍ରବ୍ୟ ନଷ୍ଟ ଅଭିଯାନରେ ୪୪ ହଜାର କିଲୋଗ୍ରାମ୍‍ରୁ ଅଧିକ ଜବତ ହୋଇଥିବା ନିଶାଦ୍ରବ୍ୟ ନଷ୍ଟ କରାଯିବ ।

amit shah

ଏହାର ଆନ୍ତର୍ଜାତିକ ବଜାର ମୂଲ୍ୟ ହେଉଛି ୨ ହଜାର ୪୧୧ କୋଟି ଟଙ୍କା । ନିଶାଦ୍ରବ୍ୟ ଚୋରା ଚାଲାଣ ବିରୁଦ୍ଧରେ ସରକାର ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି । ୨୦୪୭ ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ପାଇଁ ଗୃହ ମନ୍ତ୍ରଣାଳୟ ତ୍ରିମୁଖୀ ରଣନୀତି କାର୍ଯ୍ୟକାରୀ କରୁଛି । ଏଥିରେ ସଂସ୍ଥାଗତ ଢ଼ାଞ୍ଚାକୁ ସୁଦୃଢ଼ କରିବା, ନିଶାଦ୍ରବ୍ୟ ନିୟନ୍ତ୍ରକ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି ଓ ବ୍ୟାପକ ଜନସଚେତନତା ଅଭିଯାନ ଆରମ୍ଭ କରିବା ଉପରେ ମନ୍ତ୍ରଣାଳୟ କାର୍ଯ୍ୟକ୍ରମ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+