ରାହୁଲଙ୍କ ଉପରେ ବର୍ଷିଲେ ଶାହା,କହିଲେ ସେନାର ଯବାନଙ୍କ ଉପରେ.....
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଗୁରୁବାର ବିହାର ନିର୍ବାଚନୀ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜୋରଦାର ହମଲା କରିଛନ୍ତି । ସେ କହିଛନ୍ତି ଯେ ସେନାର ଯବାନଙ୍କ ଜାତି ଓ ଧର୍ମ ପଚାରିବା ଉପରେ ରାହୁଲ ଗାନ୍ଧୀଙ୍କୁ ଲଜ୍ଜା ଲାଗିବା ଦରକାର । ମଧୁବନୀ ରାଲିରେ ଶାହ କହିଛନ୍ତି, 'ରାହୁଲ ଗାନ୍ଧୀଙ୍କୁ ଲାଜ ଲାଗିବା ଦରକାର ଯେ ସେ ଆମ ସେନାର ଯବାନଙ୍କ ଜାତି ଓ ଧର୍ମ ପଚାରୁଛନ୍ତି । ସେନାରେ କାହାର ଜାତି କିମ୍ୱା ଧର୍ମ ଦେଖାଯାଏ ନାହିଁ । ଦେଶର ସୁରକ୍ଷାରେ ସମସ୍ତେ ସମାନ ।' ମଧୁବନୀ, ପଶ୍ଚିମ ଚମ୍ପାରଣ ଓ ମୋତିହାରୀ ରାଲିରେ ଶାହ କହିଛନ୍ତି ଯେ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀ ଦେଶର ସୁରକ୍ଷା ପାଇଁ ବିପଦ ଅଟନ୍ତି । ସେମାନେ ବିହାର ଓ ଦେଶର ଲୋକଙ୍କ ନିଯୁକ୍ତି ଛଡ଼ାଇ ନେଉଛନ୍ତି । ସେ କହିଛନ୍ତି ଯେ ଏହି ନିର୍ବାଚନ ବିହାରକୁ ଅନୁପ୍ରବେଶକାରୀ ମୁକ୍ତ କରିବା ପାଇଁ ଅଟେ ।

ଅମିତ୍ ଶାହ ଆରଜେଡିକୁ ଟାର୍ଗେଟ୍ କରି କହିଛନ୍ତି ଯେସେମାନଙ୍କ ଶାସନ କାଳରେ ହତ୍ୟା ଓ ବଳାତ୍କର ସାଧାରଣ କଥା ଥିଲା । ଏନଡିଏ ସରକାରରେ ବାହୁବଳୀଙ୍କ ପାଇଁ କୌଣସି ସ୍ଥାନ ନାହିଁ । ସେ କଟାକ୍ଷ କରି କହିଛନ୍ତି, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଖାନା ବୋର୍ଡ ଗଠନ କଲେ, କିନ୍ତୁ ଯଦି ଲାଲୁ ଯାଦବ ଓ ତାଙ୍କ ସାଥୀ ଫେରନ୍ତି ତେବେ ଅନୁପ୍ରବେଶକାରୀ ପାଇଁ ବୋର୍ଡ ଗଠନ କରିବେ ।' ଶାହ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ଓ ନୀତୀଶ କୁମାରଙ୍କ ଯୋଡ଼ି ହିଁ ଜଙ୍ଗଲରାଜରୁ ବିହାରକୁ ବଞ୍ଚାଇ ପାରିବେ । ଅନ୍ୟପଟେ ଲାଲୁ ଯାଦବ ଓ ରାହୁଲ ଗାନ୍ଧୀ ଅନୁପ୍ରବେଶକାରୀଙ୍କ ପାଇଁ ରାସ୍ତା ଖୋଲିବାକୁ ଚାହୁଁଛନ୍ତି । ସେ କହିଛନ୍ତି ଯେ ଯଦି 'ଠଗବନ୍ଧନ'କୁ ସୁଯୋଗ ମିଳେ ତେବେ ଚମ୍ପାରଣ 'ମିନି ଚମ୍ୱଲ' ହୋଇଯିବ । ବିହାର ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦ ଓ ଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନ କରିଥିଲା, କିନ୍ତୁ ଏବେ କଂଗ୍ରେସ ପୁଣି ଥରେ ଆରଜେଡି ସାହାରାରେ ରାଜ୍ୟରେ ଶାସନ କରିବାକୁ ଚାହୁଁଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications