ଜମ୍ମୁ କାଶ୍ମୀରରେ ନିର୍ବାଚନ ପାଇଁ ନେତାଙ୍କୁ ପ୍ରସ୍ତୁତ ରହିବାକୁ କହିଲେ ଶାହା

ଅମରନାଥ ଯାତ୍ରା ପରେ ପରେ ଜମ୍ମୁ-କଶ୍ମିରରେ ଅନୁଷ୍ଠିତ ହୋଇପାରେ ବିଧାନସଭା ନିର୍ବାଚନ। ଅଗଷ୍ଟ ୨୯ ତାରିଖରେ ଅମରନାଥ ଯାତ୍ରା ଶେଷ ହେଉଥିଲା ବେଳେ ଭାଜପା ବରିଷ୍ଠ ନେତା ତଥା ଗୃହ ମନ୍ତ୍ରୀ ଅମିତ ଶାହା ରାଜ୍ୟ ନେତୃବୃନ୍ଦଙ୍କୁ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁବାର ବିଳମ୍ବିତ ରାତିରେ ଅମିତ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଭାଜପା ରାଜ୍ୟ ୟୁନିଟ୍ ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଦଳ ସମସ୍ତ ୯୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସୂଚନା ଦେଇଛନ୍ତି।

ଅଗଷ୍ଟ ୨୦୧୯ ରେ ରାଜ୍ୟର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର ପୂର୍ବରୁ ଜମ୍ମୁ କଶ୍ମିରର ବିଧାନସଭା ନଭେମ୍ବର ୨୦୧୮ ରେ ଭଙ୍ଗ ହୋଇଯାଇଥିଲା। ଏହାପରେ କେନ୍ଦ୍ର ସରକାର ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ।

ରାଜ୍ୟର ନେତାମାନଙ୍କୁ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ, ନିର୍ବାଚନ ପୂର୍ବରୁ ଭାଜପା କୌଣସି ଦଳ ସହିତ ଗଠବନ୍ଧନ କରିବାକୁ ଚାହୁଁନାହିଁ। ସେହିପରି ଦଳ କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ମଧ୍ୟ ସାମ୍ନାକୁ ଆଣିବ ନାହିଁ ବୋଲି ନିଷ୍ପତ୍ତି ନେଇଛି।

ଆଗାମୀ ଦିନରେ ପ୍ରମୁଖ କେନ୍ଦ୍ର ମନ୍ତ୍ରୀ ଏବଂ ଭାଜପା ଜାତୀୟ ନେତାମାନେ ରାଜ୍ୟ ଗସ୍ତ କରିବେ ବୋଲି ଆଶା କରାଯାଉଛି। ଏହି ଦଳ ରାଜ୍ୟର ଲୋକଙ୍କ ସହ ଏକ ଜନ ଯୋଗାଯୋଗ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିବ। ପ୍ରସ୍ତୁତି ଆରମ୍ଭ କରିବା ପାଇଁ ଭାଜପା ମୁଖ୍ୟ ଜେ.ପି ନଡା ଶନିବାର ରାଜ୍ୟ ଗସ୍ତରେ ଆସି ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+