ମାଓବାଦୀଙ୍କୁ ଶାହାଙ୍କ ଆହ୍ୱାନ, କହିଲେ ହିଂସାତ୍ମକ କାର୍ଯ୍ୟକଳାପ ଛାଡି ସମାଜର ମୁଖ୍ୟସ୍ରୋତରେ ହୁଅ ସାମିଲ୍‌

ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମଗ୍ର ଦେଶକୁ ବାମପନ୍ଥୀ ଉଗ୍ରବାଦ କବଳରୁ ମୁକ୍ତ କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି । ହିଂସାତ୍ମକ କାର୍ଯ୍ୟକଳାପ ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ୍‍ ହେବାକୁ ମାଓବାଦୀଙ୍କୁ ଅନୁରୋଧ କରି ଶ୍ରୀ ଶାହା କହିଛନ୍ତି, ଯେଉଁମାନେ ହିଂସାପଥରେ ଅଗ୍ରସର ହେବେ, ସେମାନଙ୍କୁ ଭବିଷ୍ୟତରେ ଦେଶର ସୁରକ୍ଷା ବଳର କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ।

amit shah

ଛତିଶଗଡ଼ର ଜଗଦଳପୁରଠାରେ ଆୟୋଜିତ ବସ୍ତର ଦଶହରା ଲୋକୋତ୍ସବରେ ଉଦ୍‍ବୋଧନ ଦେଇ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ନକ୍ସଲ ସମସ୍ୟା ଯୋଗୁଁ ବସ୍ତର ଅଞ୍ଚଳର ଦୀର୍ଘଦିନ ଧରି କୌଣସି ଉନ୍ନତି ହୋଇପାରୁ ନାହିଁ । ତେବେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପରେ ସମ୍ପୃକ୍ତ ଅଞ୍ଚଳର ବିକାଶ ଦିଗରେ ଉଗ୍ରବାଦୀମାନେ କୌଣସି ବାଧା ସୃଷ୍ଟି କରିପାରିବେ ନାହିଁ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏହି ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଗ୍ରାମୀଣ ବସ୍‍ ସେବାର ଶୁଭାରମ୍ଭ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+