ଯାଞ୍ଚରେ ସହଯୋଗ କରୁ ନାହାନ୍ତି ଯୌନ ଶୋଷଣ ଅଭିଯୁକ୍ତ ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ

ଶେଷରେ ଆତ୍ମଘୋଷିତ ଭଗବାନ ତଥା ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆନ୍‌ ମ୍ୟାନେଜମେଣ୍ଟ୍‌-ରିସର୍ଚ୍ଚର ପୂର୍ବତନ ନି‌ର୍ଦ୍ଦେଶକ ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀଙ୍କୁ ପୁଲିସ ଗିରଫ କରିଛି। ଦିଲ୍ଲୀରେ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେବାର ଗମ୍ଭୀର ଅଭିଯୋଗରେ ଗିରଫ ହୋଇଥିବା ବାବା ଚୈତନ୍ୟାନନ୍ଦ ସରସ୍ୱତୀ ଖସିଯିବା ପାଇଁ ମିଛର ଆଶ୍ରୟ ନେଉଛନ୍ତି। ପଚରାଉଚରା ସମୟରେ ସେ କୌଣସି ପ୍ରକାର ସହଯୋଗ କରୁନାହାନ୍ତି। ସେ ତାଙ୍କ ନିଚ କାର୍ଯ୍ୟ ପାଇଁ କୌଣସି ପ୍ରକାର ଅନୁତାପ ବି କରୁ ନାହାନ୍ତି।

haitanyanananda Saraswati

ଯାଞ୍ଚ ସମୟରେ ପୁଲିସ ବାବାଙ୍କ ମୋବାଇଲ୍ ଫୋନରୁ ଅନେକ ଝିଅଙ୍କ ସହିତ ଚାଟ୍ ପାଇଛି। ଏହି ଚାଟରେ ବାବା ଝିଅମାନଙ୍କୁ ଠକିବା ଏବଂ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଥିବା ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଛି। ଏହା ବ୍ୟତୀତ ବାବା ଅନେକ ଏୟାର ହୋଷ୍ଟେସଙ୍କ ସହିତ ନିଜର ଫଟୋ ଉଠାଇ ଫୋନରେ ସେଭ କରି ରଖିଛନ୍ତି। ଏମିତି କି ବାବାଙ୍କ ଫୋନରୁ ଅନେକ ଝିଅଙ୍କ ମୋବାଇଲ ଫୋନ ଡିପିର ସ୍କ୍ରିନସଟ୍ ମଧ୍ୟ ମିଳିଛି। ଏହି ସମସ୍ତ ପ୍ରମାଣ ପୁଲିସକୁ ଯାଞ୍ଚରେ ଖୁବ ସାହାଯ୍ୟ କରିବ ବୋଲି କୁହାଯାଉଛି।

ଅଧିକାରୀମାନେ କହିଛନ୍ତି ଯେ ତଦନ୍ତ ସମୟରେ ବାବା ଏବଂ ତାଙ୍କ ସହଯୋଗୀଙ୍କ ସମସ୍ତ କାର୍ଯ୍ୟକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ, ଏବଂ ଦୋଷୀ ପ୍ରମାଣିତ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+