ମାୟନଗରୀରେ ଚାଲିଥିଲା ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍, ଅଭିନେତ୍ରୀ ସାଜିଥିଲେ ଦଲାଲ
ମୁମ୍ବାଇ: ମୁମ୍ବାଇ ପୋଲିସ ଏକ ହାଇପ୍ରୋଫାଇଲ୍ ସେକ୍ସ ରାକେଟର କରିଛି ପର୍ଦ୍ଦା ଫାସ୍ । ଗୋଟିଏ ରାତି ପାଇଁ ଡିଲ୍ ହେଇଥିଲା ୫୦ ରୁ ୮୦ ହଜାର । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦର ଛିଣ୍ତାଉଥିଲେ ଜଣେ ଅଭିନେତ୍ରୀ । ଦୀର୍ଘ ଦିନ ହେବ ସେ ଦେହ ବେପାରର ମୁଖିଆ ସାଜି ଚଳାଉଥିଲେ ସେକ୍ସ ରାକେଟ୍ । ଶେଷରେ ପୋଲିସ ଏହି ରାକେଟକୁ ଠାବ କରିବା ସହ ସମ୍ପୃକ୍ତ ଥିବା ଅଭିନେତ୍ରୀଙ୍କୁ ମଧ୍ୟ ଗିରଫ କରିଛି ଏହା ସହ ୩ ଜଣ ଯୁବତୀଙ୍କୁ ଉଦ୍ଧାର ମଧ୍ୟ କରାଯାଇଛି ।
ମାୟାନଗରୀରେ ଅନେକ ସ୍ୱପ୍ନ ନେଇ ଯୁବତୀ ମାନେ ପ୍ରବେଶ କରନ୍ତି ହେଲେ ଏଠି ଅଭିନେତ୍ରୀ ସାଜିବା ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବା ପାଇଁ ପଡିଥାଏ । ମୁମ୍ବାଇସ୍ଥିତ ପାସ୍ ହୋଟେଲରେ ସେକ୍ସ ରାକେଟ୍ ଚାଲିଥିବା ନେଇ ଖବର ପାଇବା ପରେ ପୋଲିସ ଉକ୍ତ ହୋଟେଲରେ ରେଡ୍ କରି ଭୋଜପୁରୀ ଅଭିନେତ୍ରୀ ସୁମନ କୁମାରୀଙ୍କୁ ଗିରଫ କରିଥିଲା ଏବଂ ୩ ଜଣ ମଡେଲଙ୍କୁ ଉଦ୍ଧାର କରିଥିଲା ।

ପୋଲିସ ସୂଚନାଅନୁସାରେ, ମୁମ୍ବାଇକୁ କ୍ୟାରିୟର କରିବା ପାଇଁ ଆସୁଥିବା ଯୁବତୀଙ୍କୁ ଫସାଇ ଅଭିନେତ୍ରୀ ସୁମନ ଦେହ କାରବାରର ଲାଗାଉଥିଲେ । ଏପରିକି ଅନେକ ଯୁବତୀଙ୍କୁ ବାଧ୍ୟ କରାଯାଉଥିବା ନେଇ ଅଭିଯୋଗ କରାଯାଇଛି ।
ଅଭିନେତ୍ରୀ ସୁମନ ଅନେକ ଭୋଜପୁରୀ ଫିଲ୍ମ, ଟେଲିଭିଜନ ଶୋ ଏବଂ ଓଟିଟି ପ୍ଲାଟଫର୍ମରେ ମଧ୍ୟ କାମ କରିସାରିଛନ୍ତି । ପ୍ରାୟ ୬ ବର୍ଷ ପୂର୍ବେ ସେ ମାୟାନଗରୀକୁ ଆସିଥିଲେ । ହେଲେ ସେ କେବେଠୁ ଏହି ସେକ୍ସ ରାକେଟ୍ ଚଳାଉଛନ୍ତି ସେ ନେଇ କୌଣସି ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ନାହିଁ ।












Click it and Unblock the Notifications