ହିମାଚଳ ଭୟଙ୍କର ଭୂସ୍ଖଳନ ; ବସ୍ ଉପରେ ଖସିଲା ମାଟି ଅତଡା, ୧୮ ମୃତ

ହିମାଚଳ ପ୍ରଦେଶରେ ବଡ ଧରଣର ଭୂସ୍ଖଳନ । ରାସ୍ତାରେ ଯାଉଥିବା ବସ ଉପରେ ଖସିଲା ମାଟି ଅତଡ଼ା । ଭୂସ୍ଖଳନରେ ୧୮ଜଣ ବସ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାର ବାଲୁ ବ୍ରିଜ ନିକଟରେ ପ୍ରବଳ ବର୍ଷା ଯୋଗୁଁ ଅଚାନକ ଭୂସ୍ଖଳନ ହୋଇଥିଲା । ମରୋତ୍ତମରୁ ଘୁମାରିୱିନ ଯାଉଥିବା ବେସରକାରୀ ବସଟି ଭୂସ୍ଖଳନର ଶିକାର ହୋଇଛି ।

Himachal

ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୬ଟା ବେଳେ ଏହି ଅଘଟଣ ଘଟିଛି । ୩ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ବସରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରୁଛି ସୁରକ୍ଷାକର୍ମୀ ଓ ଉଦ୍ଧାରକାରୀ ଦଳ । ଆଗକୁ ମୃତ୍ୟ ସଂଖ୍ୟା ବଢିବାର ଅନୁମାନ କରାଯାଉଛି । ଜେସିବି ସହାୟତାରେ ମାଟି ଓ ପଥର ହଟାଇ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି । ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାରର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ମଧ୍ୟ ଗଭୀର ଶୋକବ୍ୟକ୍ତ କରିବା ସହ ଉଦ୍ଧାରକାର୍ଯ୍ୟ ଜୋରଦାର କରିବାରୁ ନିର୍ଦ୍ଦେଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+