ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳୀ ସମ୍ଭାବ୍ୟ ତାଲିକାରେ ସାମିଲ୍ ହେଲା ଭାରତର ୭ଟି ପ୍ରାକୃତିକ ସ୍ଥଳୀ
ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳୀ ସମ୍ଭାବ୍ୟ ତାଲିକାରେ ଭାରତର ୭ଟି ନୂତନ ପ୍ରାକୃତିକ ସ୍ଥଳୀକୁ ସାମିଲ୍ କରାଯାଇଛି । ଏଥିସହିତ ୟୁନେସ୍କୋର ଏହି ତାଲିକାରେ ଭାରତୀୟ ଐତିହ୍ୟ ସ୍ଥଳୀର ସଂଖ୍ୟା ୬୨ରୁ ୬୯କୁ ବୃଦ୍ଧି ପାଇଛି । ଏହି ୭ଟି ଐତିହ୍ୟ ସ୍ଥଳୀ ସାମିଲ ହେବା ସହ ଭାରତର ମୋଟ୍ ୪୯ଟି ସାଂସ୍କୃତିକ, ୧୭ଟି ପ୍ରାକୃତିକ ଓ ୩ଟି ବିବିଧ ଐତିହ୍ୟ ସ୍ଥଳୀ ସମ୍ଭାବ୍ୟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି ।

ନୂତନ ଭାବେ ୟୁନେସ୍କୋର ସମ୍ଭାବ୍ୟ ଐତିହ୍ୟ ସ୍ଥଳୀ ତାଲିକାରେ ସାମିଲ୍ ହୋଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ପଞ୍ଚଗନିର ଡେକାନ ଟ୍ରାପ୍, ମହାବଳେଶ୍ୱର, ମହାରାଷ୍ଟ୍ର ଓ କର୍ଣ୍ଣାଟକର ସେଣ୍ଟ ମ୍ୟାରୀ ଦ୍ୱୀପପୁଞ୍ଜର ଭୌଗୋଳିକ ଐତିହ୍ୟ ରହିଛି । ଏହାଛଡ଼ା ମେଘାଳୟର ଏଜ୍ ଗୁମ୍ଫା, ନାଗା ହିଲ୍ର ଓଫିଓଲାଇଟ୍, ଆନ୍ଧ୍ରପ୍ରଦେଶର ଏରା ମାଟି ଦିବାଲୁ, ତିରୁମାଳା ହିଲ୍ ଏବଂ କେରଳର ଭର୍କାଲା କ୍ଲିଫ୍ ତାଲିକାରେ ରହିଛି ।












Click it and Unblock the Notifications