ମହାରାଷ୍ଟ୍ରରରେ ଭୟଙ୍କର ଅଗ୍ନିକାଣ୍ଡ , ଜଳିଗଲେ ଗୋଟିଏ ପରିବାରର ୭ଜଣ

ମୁମ୍ବାଇ: ମହାରାଷ୍ଟ୍ର ର ଔରଙ୍ଗାବାଦରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏକ କପଡା ଦୋକାନରେ ନିଆଁ ଲାଗି ଗୋଟିଏ ପରିବାରର ୭ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ୨ ଶିଶୁ ଓ ୨ ପୁରୁଷ ରହିଥିବା ଜଣାପଡିଛି । ସୂଚନାଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେସମ୍ୱାଜିନଗର ସ୍ଥାନୀୟ ଅଞ୍ଚଳରେ ଥିବା ଏକ ତିନି ମହଲା ବିଲିଂରେ ହଠାତ୍ ନିଆଁ ଲାଗିଯାଇଥିଲା ।

ତେବେ ନିଆଁ ଲାଗିବା ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଏହି ସମୟରେ ଉକ୍ତ ପରିବାର ଲୋକେ ନିଦରେ ଶୋଇଥିଲେ । ହେଲେ ସେତେବେଳକୁ ହୋଇଯାଇଥିଲା ବିଳମ୍ବ ନିଆଁ ଲାଗିବା ଦ୍ୱାରା ଶ୍ୱାସରୁଦ୍ଧ ହୋଇ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ୩ ମହିଳା, ୨ଶିଶୁ ଏବଂ ୨ ପୁରୁଷ ରହିଛନ୍ତି ।

Seven dead after massive fire

ଆଜି ଭୋର୍ ପ୍ରାୟ ୩ଟା ସମୟରେ ୩ ମହଲା ବିଶିଷ୍ଟ ଏକ ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ଥିବା ଏକ କପଡା ଦୋକାନରେ ଅଚାନକ ନିଆଁ ଲାଗିଯାଇଥିଲା । ନିଆଁ ଧିରେ ଧିରେ ଚାରିଆଡକୁ ବ୍ୟାପି ଯାଇଥିଲା । ଫଳରେ ଉପର ମହଲାରେ ଥିବା ଲୋକମାନେ ତଳକୁ ଆସି ପାରିନଥିଲେ । ପରିବାର ସଦସ୍ୟ କିଛି ବୁଝିବା ପୂର୍ବରୁ ସେମାନେ ନିଆଁରେ ଫସି ଯାଇଥିଲେ ।

କିଛି ସମୟ ମଧ୍ୟରେ ସବୁକିଛି ନଷ୍ଟ ହୋଇଯାଇଥିଲା । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାମ ଆରମ୍ଭ କରିଥିଲେ । ଦୀର୍ଘ ୫ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁ ଆୟତ୍ତକୁ ଆସିଥିଲା । ଉଦ୍ଧାର ନେଳେ ବିଲ୍ଡିଂ ଭିତରୁ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ପ୍ରାଥମିକ ସୂଚନା ଅନୁସାରେ, ସର୍ଟସର୍କିଟ କାରଣରୁ ଏପରି ଘଟଣା ଘଟିଥାଇପାରେ ବୋଲି କହିଛି ପୋଲିସ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+