ଦେଶ ସାରା ଆତଙ୍କବାଦ ବିରୋଧୀ ସ୍କ୍ୱାଡ୍ ଗଠନ କର: ଶାହ
ଦିଲ୍ଲୀର ଲାଲକିଲ୍ଲା ସମ୍ମୁଖରେ ହୋଇଥିବା କାର ବୋମା ବିସ୍ଫୋରଣ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ବିସ୍ଫୋରଣରେ ୪୦ କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରାଯାଇଥିଲା । ତେବେ ତାପୂର୍ବରୁ ତିନି ଟନ୍ ବିସ୍ଫୋରକ ଜବତ କରାଯାଇଥିଲା। ଗୃହମନ୍ତ୍ରୀ କହିଛନ୍ତି ଯେ ବିସ୍ଫୋରଣ ପୂର୍ବରୁ ଷଡ଼ଯନ୍ତ୍ରରେ ସାମିଲ ଥିବା ସମ୍ପୂର୍ଣ୍ଣ ଦଳକୁ ଗିରଫ କରାଯାଇଥିଲା। ଆମର ସମସ୍ତ ଏଜେନ୍ସି ଦ୍ୱାରା ସମ୍ପୂର୍ଣ୍ଣ ନେଟୱାର୍କର ତଦନ୍ତ ବହୁତ ପ୍ରଭାବଶାଳୀ ଭାବରେ କରାଯାଇଥିଲା।

ଦିଲ୍ଲୀରେ ଆୟୋଜିତ 'ଆତଙ୍କବାଦ ବିରୋଧୀ ସମ୍ମିଳନୀରେ ଯୋଗଦେଇ ଶାହ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ୬ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଷୟରେ କହିଛନ୍ତି। ସବୁ ରାଜ୍ୟର ଆତଙ୍କବାଦ ବିରୋଧୀ ସ୍କ୍ୱାଡ୍ (ATS) ଏଣିକି ଏକାଭଳି ଶୈଳୀରେ କାମ କରିବେ। NIA ପକ୍ଷରୁ ପ୍ରସ୍ତୁତ ନୂଆ ମଡେଲକୁ ସବୁ ରାଜ୍ୟରେ ତୁରନ୍ତ ଲାଗୁ କରିବାକୁ DGPଙ୍କୁ କହିଛନ୍ତି।
ଏହାଦ୍ୱାରା ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସାରା ଦେଶ ପ୍ରସ୍ତୁତ ରହିବ। ଫଳରେ ଅପରାଧର ତଦନ୍ତ ଓ ଦୋଷୀଙ୍କୁ ଦଣ୍ଡ ଦେବା ପ୍ରକ୍ରିୟାକୁ ଆହୁରି ଉନ୍ନତ କରିବା ପାଇଁ NIA ଏକ ନୂଆ ନିୟମାବଳୀ ଜାରି କରିଛି। ଏହାକୁ ଅନୁଧ୍ୟାନ କରିବା ପାଇଁ ପ୍ରତି ରାଜ୍ୟ ସ୍ୱତନ୍ତ୍ର ଟିମ୍ ଗଠନ କରିବାକୁ ପରାମର୍ଶ ଦିଆଯାଇଛି। ଆତଙ୍କବାଦ ସହ ଜଡ଼ିତ ଥିବା ସଂଗଠିତ ଅପରାଧୀ ଗୋଷ୍ଠୀଙ୍କୁ ଚିହ୍ନଟ କରି ସେମାନଙ୍କ ନେଟୱାର୍କକୁ ଧ୍ୱଂସ କରିବା ପାଇଁ ଏକ ନୂଆ ଡାଟାବେସ୍ ବ୍ୟବହାର କରାଯିବ। ଏଥିରେ NIA, CBI ଏବଂ IB ମିଳିତ ଭାବେ କାମ କରିବେ।
ତଦନ୍ତ ବେଳେ ଲୁଚି ରହିଥିବା ତଥ୍ୟ ଖୋଜିବା ପାଇଁ NIA's Digital Analysis and Alert Network (NIDAAN) ଓ National Intelligence Grid (NATGRID) ଭଳି ଡିଜିଟାଲ୍ ମାଧ୍ୟମର ବ୍ୟବହାରକୁ ବାଧ୍ୟତାମୂଳକ କରାଯିବ। ଏହାଦ୍ୱାରା ଅପରାଧୀଙ୍କ ମଧ୍ୟରେ ଥିବା ଗୋପନୀୟ ସମ୍ପର୍କ ସହଜରେ ଜଣାପଡ଼ିବ। ସୂଚନା ବା ଗୋଇନ୍ଦା ତଥ୍ୟ ବାଣ୍ଟିବା ପାଇଁ 'ମଲ୍ଟି ଏଜେନ୍ସି ସେଣ୍ଟର' (MAC) ଓ 'ନ୍ୟାସନାଲ୍ ମେମୋରୀ ବ୍ୟାଙ୍କ'ରେ ସବୁ ସଂସ୍ଥା ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଜରୁରୀ। ତଦନ୍ତ, ସୂଚନା ସଂଗ୍ରହ, ବିପଦର ଆକଳନ ଓ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ସବୁ ସୁରକ୍ଷା ସଂସ୍ଥା ମଧ୍ୟରେ ଏକତା ରହିବା ଆବଶ୍ୟକ। ଏହାଦ୍ୱାରା ଦେଶର ସୁରକ୍ଷା ବଳୟ ଅଧିକ ଶକ୍ତିଶାଳୀ ହେବ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications