For Quick Alerts
Turn On Notification  
For Daily Alerts
Oneindia App Download

କମିଲା କୋଭିସିଲ୍ଡ ଦର; ଜାଣନ୍ତୁ, କେତେ ଟଙ୍କାରେ ମିଳିବ ଏହି କରୋନା ଟିକା ?

କମିଲା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକାର ଦାମ। ରାଜ୍ୟମାନଙ୍କୁ ଦିଆଯିବାକୁ ଥିବା ଟିକା ଦର ୨୫ ପ୍ରତିଶତ ଅର୍ଥାତ ୧୦୦ ଟଙ୍କା ହ୍ରାସ ହୋଇଛି। ଏବେ ରାଜ୍ୟଗୁଡିକୁ ୩୦୦ ଟଙ୍କାରେ କୋଭିସିଲ୍ଡ ଟିକା ମିଳିବ। ପୂର୍ବେ ଏହି ଦର ୪୦୦ ଟ

|

ନୂଆଦିଲ୍ଲୀ: କମିଲା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକାର ଦାମ। ରାଜ୍ୟମାନଙ୍କୁ ଦିଆଯିବାକୁ ଥିବା ଟିକା ଦର ୨୫ ପ୍ରତିଶତ ଅର୍ଥାତ ୧୦୦ ଟଙ୍କା ହ୍ରାସ ହୋଇଛି। ଏବେ ରାଜ୍ୟଗୁଡିକୁ ୩୦୦ ଟଙ୍କାରେ କୋଭିସିଲ୍ଡ ଟିକା ମିଳିବ। ପୂର୍ବେ ଏହି ଦର ୪୦୦ ଟଙ୍କା ଥିଲା। ଦର ହ୍ରାସ ନେଇ ବୁଧବାର ସୂଚନା ଦେଇଛନ୍ତି ସିରମ ସିଇଓ ଆଦର ପୁନାଓ୍ଵାଲା।

Covishield

ତେବେ କମ୍ପାନୀର ଏହି ନିଷ୍ପତ୍ତି ଦ୍ୱାରା ଅଧିକରୁ ଅଧିକ ଟିକାକରଣ ହୋଇପାରିବ ଏବଂ ରାଜ୍ୟ ସରକାର ପାଇଁ ଆର୍ଥିକ ଭାର କମିଯିବ ବୋଲି ପୁନାଓ୍ୱାଲା କହିଛନ୍ତି। ଏହା ପୂର୍ବରୁ ଟିକା ଦର ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଉତ୍ପାଦନକାରୀ କମ୍ପାନୀଙ୍କୁ ଅପିଲ୍ କରିଥିଲେ। କେମିତ ଦର ହ୍ରାସ କରି ହେବ ତାର ଉପାୟ ଉପରେ ବିଚାର କରିବାକୁ କହିଥିଲେ। କିଛି ଦିନ ପୂର୍ବେ ଭାରତ ବାୟୋଟେକ୍ କୋଭାକ୍ସିନର ଦର ଧାର୍ଯ୍ୟ କରିଥିଲା।

ସେପଟେ ମେ ୧ରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଛି। ଏହା ପୂର୍ବରୁ ଟିକା ଦାମକୁ ନେଇ ବିରୋଧୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ କେନ୍ଦ୍ର ସରକାର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକକୁ ଟିକା ଦାମ କମେଇବାକୁ କହିଥିଲେ। ଏବେ କେନ୍ଦ୍ରର ଆହ୍ୱାନ କ୍ରମେ ସେରମ୍ ଟିକା ଦର କମାଇବା ପରେ ରାଜ୍ୟ ସରକାରଙ୍କ ପାଇଁ ଆଶ୍ୱସ୍ଥି ଦେଇଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Serum Institute reduces Covishield price
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X