କମିଲା କୋଭିସିଲ୍ଡ ଦର; ଜାଣନ୍ତୁ, କେତେ ଟଙ୍କାରେ ମିଳିବ ଏହି କରୋନା ଟିକା ?
କମିଲା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକାର ଦାମ। ରାଜ୍ୟମାନଙ୍କୁ ଦିଆଯିବାକୁ ଥିବା ଟିକା ଦର ୨୫ ପ୍ରତିଶତ ଅର୍ଥାତ ୧୦୦ ଟଙ୍କା ହ୍ରାସ ହୋଇଛି। ଏବେ ରାଜ୍ୟଗୁଡିକୁ ୩୦୦ ଟଙ୍କାରେ କୋଭିସିଲ୍ଡ ଟିକା ମିଳିବ। ପୂର୍ବେ ଏହି ଦର ୪୦୦ ଟ
ନୂଆଦିଲ୍ଲୀ: କମିଲା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକାର ଦାମ। ରାଜ୍ୟମାନଙ୍କୁ ଦିଆଯିବାକୁ ଥିବା ଟିକା ଦର ୨୫ ପ୍ରତିଶତ ଅର୍ଥାତ ୧୦୦ ଟଙ୍କା ହ୍ରାସ ହୋଇଛି। ଏବେ ରାଜ୍ୟଗୁଡିକୁ ୩୦୦ ଟଙ୍କାରେ କୋଭିସିଲ୍ଡ ଟିକା ମିଳିବ। ପୂର୍ବେ ଏହି ଦର ୪୦୦ ଟଙ୍କା ଥିଲା। ଦର ହ୍ରାସ ନେଇ ବୁଧବାର ସୂଚନା ଦେଇଛନ୍ତି ସିରମ ସିଇଓ ଆଦର ପୁନାଓ୍ଵାଲା।

ତେବେ କମ୍ପାନୀର ଏହି ନିଷ୍ପତ୍ତି ଦ୍ୱାରା ଅଧିକରୁ ଅଧିକ ଟିକାକରଣ ହୋଇପାରିବ ଏବଂ ରାଜ୍ୟ ସରକାର ପାଇଁ ଆର୍ଥିକ ଭାର କମିଯିବ ବୋଲି ପୁନାଓ୍ୱାଲା କହିଛନ୍ତି। ଏହା ପୂର୍ବରୁ ଟିକା ଦର ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଉତ୍ପାଦନକାରୀ କମ୍ପାନୀଙ୍କୁ ଅପିଲ୍ କରିଥିଲେ। କେମିତ ଦର ହ୍ରାସ କରି ହେବ ତାର ଉପାୟ ଉପରେ ବିଚାର କରିବାକୁ କହିଥିଲେ। କିଛି ଦିନ ପୂର୍ବେ ଭାରତ ବାୟୋଟେକ୍ କୋଭାକ୍ସିନର ଦର ଧାର୍ଯ୍ୟ କରିଥିଲା।
ସେପଟେ ମେ ୧ରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଛି। ଏହା ପୂର୍ବରୁ ଟିକା ଦାମକୁ ନେଇ ବିରୋଧୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ କେନ୍ଦ୍ର ସରକାର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକକୁ ଟିକା ଦାମ କମେଇବାକୁ କହିଥିଲେ। ଏବେ କେନ୍ଦ୍ରର ଆହ୍ୱାନ କ୍ରମେ ସେରମ୍ ଟିକା ଦର କମାଇବା ପରେ ରାଜ୍ୟ ସରକାରଙ୍କ ପାଇଁ ଆଶ୍ୱସ୍ଥି ଦେଇଛି।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications