ଭୟଙ୍କର ସଡ଼କ ଦୁର୍ଘଟଣା; ଏମ୍ଡବ୍ଲ୍ୟୁ କାର୍ ସହ ରେସ୍ କରିବା ମହଙ୍ଗା ପଡିଲା, ଘଟଣାସ୍ଥଳରେ ଚାଲିଗଲା ୬ ଜୀବନ
ଏମ୍ଡବ୍ଲ୍ୟୁ କାର୍ ସହ ରେସ୍ କରିବା ମହଙ୍ଗା ପଡ଼ିଲା। ଟ୍ରକ୍ରେ ପିଟିହେଲା ଇନୋଭା କାର୍ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଇନୋଭା କାର୍ଟି ସମ୍ପୂର୍ଣ୍ଣ ଚୁରମାର ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ୬ ଜଣ ଆଖି ବୁଜିଛନ୍ତି। ମୃତକଙ୍କ ମଧ୍ୟରେ ୩ ଯୁବକ ଓ ୩ ଯୁବତୀ ଅଛନ୍ତି। ଏହି ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।

ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଆଜି ଭୋରରୁ ଉତ୍ତରାଖଣ୍ଡର ଡେରାଡୁନରେ ଘଟିଛି। ସମସ୍ତ ମୃତକଙ୍କ ବୟସ ୨୫ ବର୍ଷ ଭିତରେ ହେବ ଓ ସମସ୍ତେ ପାଠ ପଢ଼ୁଥିବା ଜଣାଯାଇଛି। ମୃତକ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଘର ଡେରାଡୁନରେ ବୋଲି ଜଣାଯାଇଛି। ସମସ୍ତ ୭ ଯୁବକଯୁବତୀ ଗତ ରାତିରେ ଲଙ୍ଗ ଡ୍ରାଇଭରେ ବାହାରିଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।
ପୁଲିସ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି, ଦୁର୍ଘଟଣା ଘଟିବା ପୂର୍ବରୁ ଇନୋଭା କାର୍ଟି ପ୍ରାୟ ୧୨୦ କିମି ବେଗରେ ଗତି କରୁଥିବା ବେଳେ ଏକ BMW କାର୍ ସହ ରେସ୍ ଚଳାଇଥିଲା। ଏପରିକି ଇନୋଭା କାର୍ଟି ଦୁର୍ଘଟଣା ସ୍ଥଳଠୁ ମାତ୍ର ୬ଶହ ମିଟର ଦୂରରେ ଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିବାକୁ ମାତ୍ର ୧୩ ସେକେଣ୍ଡ ଲାଗିଥିଲା।












Click it and Unblock the Notifications