ଭୟଙ୍କର ସଡ଼କ ଦୁର୍ଘଟଣା; ୧୦ ମୃତ, ୧୫ ରୁ ଅଧିକ ଆହତ

କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର ୟାଲାପୁରା ହାଇୱେରେ ଭୟଙ୍କର ସଡ଼କ ଦୁର୍ଘଟଣା । ଗୁଲାପୁରାରେ, ପନିପରିବା ବୋଝେଇ ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ଏକ ଟ୍ରିପର ସହିତ ଧକ୍କା ଦେଇଥିଲା । ଯାହା ଫଳରେ ଟ୍ରକଟି ଭାଙ୍ଗି ରୁଜି ଚୂରମାର୍ ହୋଇଯାଇଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୫ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାଟି ସକାଳ ପ୍ରାୟ ୪ଟା ସମୟରେ ଘଟିଥିଲା।

accidents

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ବୁଧବାର ପ୍ରତ୍ୟୁଷରେ ଯାତ୍ରା କରୁଥିବା ପନିପରିବା ଟ୍ରକଟି ୫୦ ମିଟର ଗଭୀର ଖାଇରେ ଖସି ପଡ଼ିଥିଲା। ମୃତକମାନେ, ସମସ୍ତେ ଫଳ ବ୍ୟବସାୟୀ । ସାଭାନୁରରୁ ଫଳ ବିକ୍ରୟ କରିବା ପାଇଁ ୟାଲାପୁରା ମେଳା ଅଭିମୁଖେ ଯାଉଥିଲେ । ଉତ୍ତର କନ୍ନଡ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଏମ ନାରାୟଣ କହିଛନ୍ତି ଯେ ସେମାନେ ସାଭାନୁର-ହୁବଲି ରାସ୍ତାରେ ଯାତ୍ରା କରୁଥିଲେ । ଯାହା ଜଣାପଡିଛି ଏକ ଜଙ୍ଗଲ ଅଞ୍ଚଳରେ ଦୁର୍ଘଟଣା ଘଟିଛି ।

ନାରାୟଣ କହିଛନ୍ତି, 'ପ୍ରାୟ ସକାଳ ୪ଟାରେ, ଟ୍ରକ୍ ଡ୍ରାଇଭର ଅନ୍ୟ ଏକ ଗାଡ଼ିକୁ ସାଇଡ୍ ଦେବା ସମୟରେ ବାମ ପାର୍ଶ୍ୱକୁ ମୋଡ଼ିଦେଇଥିଲେ । ଫଳରେ ଭାରସାମ୍ୟ ହରାଇ ପ୍ରାୟ ୫୦ ମିଟର ଗଭୀର ଘାଟିରେ ପଡ଼ିଗଲେ । ଘଟଣାସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୫ ଜଣ ଗୁରୁତର ଆହତ ହୋଇଥିଲେ । ଆହତମାନଙ୍କୁ ହୁବଲିର KIMS ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+