ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନିୟମ ଲାଗୁ, ୫ଶହ ଅଙ୍କ ତଳକୁ ଖସିଲା ସେନସେକ୍ସ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ବିଶ୍ୱର ଅନେକ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଯାହା ପରେ ୫ଶହ ଅଙ୍କ ତଳକୁ ଖସିଲା ସେନସେକ୍ସ । ଭାରତ ଉପରେ ଟ୍ରମ୍ପଙ୍କ ୨୬ ପ୍ରତିଶତ ଟାରିଫ ଓ ଅନ୍ୟ ଦେଶମାନଙ୍କ ଉପରେ ଟାରିଫ୍ ଲଗାଇବା ପରେ ସାରା ବିଶ୍ୱର ଅର୍ଥନୀତିରେ ଅସ୍ଥିରତା ଦେଖିବା ପାଇଁ ମିଳିଛି ।

ସେହିପରି ଭାରତୀୟ ସେନସେକ୍ସ ୫୦୦ ପଏଣ୍ଟ ତଳକୁ ଖସିଥିବା ବେଳେ ନିଫ୍ଟିଂ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବା ପାଇଁ ମିଳିଛି । ଭାରତ ନୁହେଁ ଟ୍ରମ୍ପ୍ ବିଶ୍ୱର ୧୮୦ ରୁ ଅଧିକ ଦେଶ ଉପରେ ଟାରିଫ୍ ଲଗାଇଛନ୍ତି । ଚୀନରୁ ଆମଦାନି ଉପରେ ୩୪ ପ୍ରତିଶତ, ୟୁରୋପୀୟ ସଂଘରୁ ଆମଦାନି ଉପରେ ୨୦ ପ୍ରତିଶତ, ଦକ୍ଷିଣ କୋରିଆରୁ ଆମଦାନି ଉପରେ ୨୫ ପ୍ରତିଶତ, ଜାପାନରୁ ଆମଦାନି ଉପରେ ୨୪ ପ୍ରତିଶତ, ତାଇୱାନରୁ ଆମଦାନି ଉପରେ ୩୨ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି।

Donald Trump

ଟ୍ରମ୍ପଙ୍କ ଶୁଳ୍କ ଭାରତର ଅନେକ ପ୍ରମୁଖ କ୍ଷେତ୍ରକୁ ପ୍ରଭାବିତ କରିବାକୁ ଯାଉଛି, ଯେଉଁଥିରେ ଅଟୋମୋବାଇଲ, ଅଳଙ୍କାର, ବୟନଶିଳ୍ପ, ଇଲେକ୍ଟ୍ରୋନିକ୍ସ ଇତ୍ୟାଦି କ୍ଷେତ୍ର ଅନ୍ତର୍ଭୁକ୍ତ। ଏବେ ପ୍ରଶ୍ନ ଉଠୁଛି ଯେ ଭାରତର କେଉଁ କ୍ଷେତ୍ରଗୁଡ଼ିକ ଟ୍ରମ୍ପଙ୍କ ଶୁଳ୍କ ଆକ୍ରମଣରୁ ରକ୍ଷା ପାଇଛି । ଟ୍ୟାଙ୍କ GTRI ଅନୁଯାୟୀ, ଆମେରିକା ଦ୍ୱାରା ଭାରତ ଉପରେ ଲାଗୁ କରାଯାଇଥିବା ୨୭ ପ୍ରତିଶତ ପ୍ରତିଶୋଧମୂଳକ ଶୁଳ୍କ ଔଷଧ, ସେମିକଣ୍ଡକ୍ଟର, ତମ୍ବା ଏବଂ ତେଲ, ଗ୍ୟାସ, କୋଇଲା ଏବଂ LNG ଭଳି ଅନେକ ଶକ୍ତି ଉତ୍ପାଦକୁ ଅନ୍ତର୍ଭୁକ୍ତ । ସେହିଭଳି ଜାପାନର ନିକ୍କୋଇରେ ମଧ୍ୟ ୨.୫ ପ୍ରତିଶତ ଅର୍ଥାତ ୨୨୫ ପଏଣ୍ଟ ହ୍ରାସ ପାଇଛି ।

ବୁଧବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ବିଶ୍ୱର ୧୮୦ରୁ ଅଧିକ ଦେଶ ଉପରେ ଟାରିଫ ଲଗାଇଛନ୍ତି । ଏହି ସମୟରେ ଟ୍ରମ୍ପ ଭାରତକୁ ନେଇ କଡା ବୟାନ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଭାରତ ବାଣିଜ୍ୟକୁ ଆମେରିକା ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିଛି । ବାଣିଜ୍ୟ ବ୍ୟବସାୟରେ ଭାରତ ଆମେରିକା ସହ ଭଲ ବ୍ୟବହାର କରୁ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+