NDTV ରୁ ଇସ୍ତାଫା ଦେଲେ ବରିଷ୍ଠ ସାମ୍ବାଦିକ ରବିଶ କୁମାର
ନୂଆ ମାଲିକାନା ପରେ ବଦଳିଲା ଟିମ୍ । ଗତକାଲି ଏନଡିଟିଭି ବୋର୍ଡରୁ ଦୁଇ ପ୍ରତିଷ୍ଠାତା ପ୍ରଣୟ ରୟ ଏବଂ ରାଧିକା ରୟ ଇସ୍ତଫା ଦେଇଥିବା ବେଳେ ଆଜି ଇସ୍ତଫା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରବିଶ କୁମାର ।
ନୂଆଦିଲ୍ଲୀ: ନୂଆ ମାଲିକାନା ପରେ ବଦଳିଲା ଟିମ୍ । ଗତକାଲି ଏନଡିଟିଭି ବୋର୍ଡରୁ ଦୁଇ ପ୍ରତିଷ୍ଠାତା ପ୍ରଣୟ ରୟ ଏବଂ ରାଧିକା ରୟ ଇସ୍ତଫା ଦେଇଥିବା ବେଳେ ଆଜି ଇସ୍ତଫା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରବିଶ କୁମାର । ଏନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଥିବା ବେଳେ କିଛି ଜାତୀୟ ଗଣମାଧ୍ୟମ ଖବର ପ୍ରକାଶ କରିଛନ୍ତି । କିନ୍ତୁ କିନ୍ତୁ ରବିଶ କୁମାରଙ୍କ ପକ୍ଷରୁ ଏନେଇ ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇନାହିଁ ।

ଗତକାଲି ଏନଡିଟିଭିରୁ ପ୍ରଣୟ ରଏ ଏବଂ ତାଙ୍କ ପତ୍ନୀ ରାଧିକା ରଏ ଇସ୍ତଫା ଦେଇଥିଲେ । ଉଭୟ ନୂଆଦିଲ୍ଲୀ ଟେଲିଭିଜନ ଟେଲିଭିଜନ ଲିମିଟେଡ୍ (ଏନଡିଟିଭି)ର ବୋର୍ଡ ଅଫ ଡାଇରେକ୍ଟର୍ସ ପଦରୁ ଇସ୍ତଫା ଦେଇଥିଲେ। ମଙ୍ଗଳବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ଏନଡିଟିଭି ପକ୍ଷରୁ ଅବଗତ କରାଯାଇଛି । ଆଉ ଏହା ମଙ୍ଗଳବାରଠାରୁ କାର୍ଯ୍ୟକାରୀ ହୋଇଛି ।
ଏବେ ଏହି ବୋର୍ଡରେ ଏଣ୍ଟ୍ରୀ ମାରିଛନ୍ତି ସୁଦୀପ ଭଟ୍ଟାଚାର୍ଯ୍ୟ, ସଞ୍ଜୟ ପୁଗଲିଆ ଏବଂ ସେନଥିଲ ସିନିଆ ଚେଙ୍ଗଲଭରାୟଣ । ଏହି ତିନି ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଇ ଆଦାନୀ ଗ୍ରୁପ୍ ଏହି ବୋର୍ଡରେ ଏଣ୍ଟ୍ରୀ ମାରିଛି । ପ୍ରଣୟ ରୟ ଏବଂ ରାଧିକ ରୟ ଇସ୍ତଫା ଦେବାର ଦିନକ ପରେ ଆଦାନୀର ଇକ୍ୱିଟି କ୍ୟାପିଟାଲର ୯୯.୫ ପ୍ରତିଶତ ଅଂଶଧନ ଭିସିପିଏଲକୁ ଯାଇଛି । ଆଦାନି ଗ୍ରୁପର ମିଡିଆ ନେଟୱାର୍କ ହେଉଛି ବିଶ୍ୱପ୍ରଧାନ କମର୍ସିଆଲ ପ୍ରାଇଭେଟ୍ ଲିମିଟେଡ୍ ।
ବିଜନେସ ଟୁଡେର ରିପୋର୍ଟ ଅନୁଯାୟୀ, ଏନଡିଟିଭିର ପ୍ରୋମଟର ଏବେ ବି ନ୍ୟୁଜ ଚ୍ୟାନେଲର ବୋର୍ଡରୁ ଇସ୍ତଫା ଦେଇନାହାନ୍ତି । ତାଙ୍କର ସେୟାର ୩୨.୨୬ ପ୍ରତିଶତ ରହିଛି । ଯାହା ଘୋଷଣା ହୋଇଛି ତାହା ଆରଆରପିଆର ଷ୍ଟକ ଏକ୍ସଚେଞ୍ଜର ଏକ ଫର୍ମ ଫିଲ ଅପରୁ ଜଣାପଡିଛି ।












Click it and Unblock the Notifications