ଆତ୍ମହତ୍ୟା କଲେ ବରିଷ୍ଠ ଆଇପିଏସ ଅଧିକାରୀ
ଆତ୍ମହତ୍ୟା କଲେ ଆଇପିଏସ ଅଧିକାରୀ। ହରିୟାଣାର ଏହି ବରିଷ୍ଠ ଆଇପିଏସ ଅଧିକାରୀ ହେଉଛନ୍ତି ଓ୍ବାଇ.ଏସ. ପୁରନ। ନିଜ ସର୍ଭିସ ବନ୍ଧୁକରୁ ପୁରନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ପୁଲିସ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇ ନାହିଁ। କେଉଁ ପରିସ୍ଥିତିରେ ପୁରନଙ୍କ ମୃତ୍ୟୁ ହୋଇଛି ପୁଲିସ ତାହାର ତଦନ୍ତ କରୁଛି। ଆତ୍ମହତ୍ୟାର କାରଣ ବି ଏଯାଏ ସାମ୍ନାକୁ ଆସିନି।
ମଙ୍ଗଳବାର ସକାଳେ ଏହି ଘଟଣା ଘଟିଛି। ତେବେ ଘଟଣା ସମୟରେ ପୁରନଙ୍କ ପତ୍ନୀ ତଥା ଆଇଏଏସ ଅଧିକାରୀ ଅମନୀତ ପି. କୁମାର ଘରେ ନ ଥିଲେ। ସେ ବର୍ତ୍ତମାନ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀଙ୍କ ନେତୃତ୍ଵରେ ଗଠିତ ଏକ କମିଟି ସହିତ ଜାପାନ ଗସ୍ତରେ ଅଛନ୍ତି।
ଘଟଣାସ୍ଥଳକୁ ପୋଲିସ ଦଳ ଏବଂ ଫୋରେନସିକ୍ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ କରୁଛନ୍ତି। ଘଟଣା ସମୟରେ ପୁରନ କୁମାରଙ୍କ ପତ୍ନୀ ଅମନୀତ ପି. କୁମାର ଘରେ ନଥିଲେ। ସେ ପେଶାରେ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ। ସେ ବର୍ତ୍ତମାନ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନିଙ୍କ ନେତୃତ୍ୱରେ ଏକ ସରକାରୀ ପ୍ରତିନିଧି ଦଳ ସହିତ ଜାପାନରେ ଅଛନ୍ତି।

ପୁରନ କୁମାର ହରିୟାଣା କ୍ୟାଡରର ଜଣେ ସମ୍ମାନିତ ଅଧିକାରୀ ଥିଲେ ଏବଂ ତାଙ୍କ କ୍ୟାରିୟର ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ତାଙ୍କର ହଠାତ୍ ବିୟୋଗ ଖବର ପୋଲିସ ଏବଂ ପ୍ରଶାସନିକ ସେବାରେ ଶୋକର ଛାୟା ଖେଳିଯାଇଛି।












Click it and Unblock the Notifications