ସେମିକନ୍ ଇଣ୍ଡିଆ ୨୦୨୫: ମୋଦିଙ୍କ ହାତରେ ଦେଶର ପ୍ରଥମ ଚିପ୍ ‘VIKRAM3201'

ମୋଦିଙ୍କ ହାତରେ ଦେଶର ପ୍ରଥମ ଚିପ୍ 'VIKRAM3201' । ମଙ୍ଗଳବାର ସେମିକନ୍ ଇଣ୍ଡିଆ ୨୦୨୫ରେ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତମ ସ୍ବଦେଶୀ ଚିପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହସ୍ତାନ୍ତର କରିଛନ୍ତି ।

ଭାରତ ଉପରେ ଆମେରିକାର ଶୁଳ୍କ ଲାଗୁ ପରେ ଏବେ ସ୍ବଦେଶୀ ଉପରେ ଗୁରୁତ୍ବାରୋପ କରୁଛି ଦେଶ । 'ମେକ୍ ଇନ୍ ଇଣ୍ଡିଆ', 'ଭୋକାଲ ଫର୍ ଲୋକାଲ'କୁ ଆପଣାଇବା ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି । ଏହାରି ଭିତରେ ଚିପ୍ ବିପ୍ଳବରେ ଭାରତ ଏକ ବଡ଼ ପଦକ୍ଷେପ ନେଇଛି। ଭାରତ ପ୍ରଥମ 'ମେଡ୍ ଇନ୍ ଇଣ୍ଡିଆ' ପ୍ରୋସେସର ଏବଂ ପରୀକ୍ଷଣ ଚିପ୍ ପ୍ରସ୍ତୁତ କରିଛି।

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସେମିକନ୍ ଇଣ୍ଡିଆ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ 'ବିକ୍ରମ' ୩୨-ବିଟ୍ ପ୍ରୋସେସର୍ ଏବଂ ଚାରୋଟି ସେମିକଣ୍ଡକ୍ଟର ପରୀକ୍ଷଣ ଚିପ୍ ପ୍ରଦାନ କରିଛନ୍ତି । ବିକ୍ରମ ହେଉଛି ଭାରତର ପ୍ରଥମ ସମ୍ପୂର୍ଣ୍ଣ ସ୍ୱଦେଶୀ ୩୨-ବିଟ୍ ମାଇକ୍ରୋପ୍ରୋସେସର ଚିପ୍ । ଏହି ପ୍ରୋସେସରକୁ VIKRAM3201 ନାମ ଦିଆଯାଇଛି । ଏହାକୁ ଇସ୍ରୋର ସେମିକଣ୍ଡକ୍ଟର ଲ୍ୟାବରେ ପ୍ରସ୍ତୁତ କରାଯାଇଛି । ଭାରତ ଏପର୍ଯ୍ୟନ୍ତ ବିଦେଶରୁ ଚିପ୍ ଆମଦାନୀ କରିଆସୁଛି । କିନ୍ତୁ ଏବେ ଭାରତର ଏହି ପଦକ୍ଷେପ ବିଦେଶୀ ଚିପ୍ସ ଉପରେ ନିର୍ଭରଶୀଳତା ହ୍ରାସ କରିବ । ଯାହା ବିକଶିତ ଭାରତର ପ୍ରୟାସରେ ଏକ ବଡ ମାଇଲଖୁଣ୍ଟ ।

PM Modi receives first made-in-India chip Vikram

କାହିଁକି ସ୍ବତନ୍ତ୍ର VIKRAM3201?

ବିକ୍ରମ ୩୨୦୧ ଭାରତର ପ୍ରଥମ ସ୍ବଦେଶୀ ୩୨-ବିଟ୍ ମାଇକ୍ରୋପ୍ରୋସେସର ଚିପ୍ । ଏହି ପ୍ରୋସେସରକୁ ମହାକାଶ ପ୍ରକ୍ଷେପଣ ଯାନର ଚରମ ପରିସ୍ଥିତିରେ କାମ କରିବା ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି। ଏହା ମହାକାଶ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ବହୁତ ସହାୟକ ହୋଇପାରେ। ଏହାକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଏହା ମହାକାଶ ଉଡ଼ାଣ ସମୟରେ ଅତ୍ୟଧିକ ଗରମ, ଥଣ୍ଡା, କମ୍ପନ ଏବଂ ଚାପ ଭଳି ଚରମ ପରିସ୍ଥିତିକୁ ସହ୍ୟ କରିପାରିବ। ଏହା ଏକ ମାଇକ୍ରୋପ୍ରୋସେସର ଚିପ୍ ଯାହା ଅନେକ ପ୍ରକାରର କାର୍ଯ୍ୟ କରିପାରିବ, ଯେପରିକି ଗଣନା, ତଥ୍ୟ ପ୍ରକ୍ରିୟାକରଣ ଏବଂ ନିୟନ୍ତ୍ରଣ ପ୍ରଣାଳୀ ଚଳାଇବା । ଏହି ପ୍ରୋସେସରଟି ଏକ ସମୟରେ ୩୨ ବିଟ୍ ଡାଟା ପ୍ରକ୍ରିୟାକରଣ କରିପାରିବ। ଯାହା ଏହାର ଗତି ଏବଂ କ୍ଷମତାକୁ ଦର୍ଶାଏ । ଏହା ପୂର୍ବରୁ ସ୍ୱଦେଶୀ ଭାବରେ ବିକଶିତ ୧୬-ବିଟ୍ VIKRAM1601ର ଏକ ଉନ୍ନତ ସଂସ୍କରଣ, ଯାହା ୨୦୦୯ ମସିହାରୁ ISROର ଲଞ୍ଚ ଯାନର ଏଭିଓନିକ୍ସ ସିଷ୍ଟମରେ ବ୍ୟବହୃତ ହୋଇଆସୁଛି। ଏହାର ସବୁଠାରୁ ବିଶେଷତ୍ବ ହେଉଛି ISRO VIKRAM3201 ପ୍ରୋସେସର ପାଇଁ ଆବଶ୍ୟକ ସମସ୍ତ ସଫ୍ଟୱେର୍ ଉପକରଣ ଘରେ ବିକଶିତ କରିଛି। ଏଗୁଡ଼ିକ କୌଣସି ବାହ୍ୟ କମ୍ପାନୀ କିମ୍ବା ବିଦେଶରୁ ନିଆଯାଇ ନାହିଁ। ଏହାର ସମସ୍ତ ସହାୟକ ସଫ୍ଟୱେର୍ ଉପକରଣ ଯେପରିକି ଏଡିଏ କମ୍ପାଇଲର, ଆସେମ୍ବଲର, ଲିଙ୍କର, ସିମୁଲେଟର ଏବଂ ସମନ୍ୱିତ ବିକାଶ ପରିବେଶ (IDE) ମଧ୍ୟ ଦେଶ ମଧ୍ୟରେ ହିଁ ବିକଶିତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+