ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ସେମି-ହାଇ ସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ
ଧକ୍କା ହେବା ପରେ ସେମିହାଇସ୍ପିଡ୍ ଟ୍ରେନ୍ ପ୍ରାୟ 15 ମିନିଟ୍ ପାଇଁ ଅଟକି ରହିଥିଲା।

ଦୁର୍ଘଟଣା ପରେ ପାଖାପାଖି 15 ମିନିଟ ଅଟକି ରହିଥିଲା । ଏହା ପୂର୍ବରୁ ଏହି ଟ୍ରେନର ଦୁଇ ଦୁଇ ଥର ଦୁର୍ଘଟଣା ହୋଇ ସାରିଛି । ଶନିବାର ପୂର୍ବାହ୍ନ 8.17 ରେ ଏହି ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ପରେ ଟ୍ରେନର ବଗି ଅଲଗା ହୋଇଯାଇଥିବା ଦେଖାଯାଇଥିଲା। ଏଥିରେ କୌଣସି ଯାତ୍ରୀଙ୍କର କ୍ଷତି ହୋଇ ନାହିଁ ବୋଲି ଜଣା ପଡିଛି ।
ତେବେ ବାରମ୍ବାର ଏଭଳି ଦୁର୍ଘଟଣା ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଉପହାର ଦେଇଥିଲେ । ଏହି ଟ୍ରେନଟି ମୁମ୍ବାଇ-ଅହମ୍ମଦାବାଦ ଭିତରେ ଯାତ୍ରା କରୁଛି ।












Click it and Unblock the Notifications