ନିତିନ ଗଡକାରୀଙ୍କ ବଡ଼ ଘୋଷଣା,ଦୁଇଚକିଆ ଯାନ ସହିତ ଦୁଇଟି ISI ପ୍ରମାଣିତ ହେଲମେଟ ବାଧ୍ୟତାମୂଳକ,ନଚେତ ...

ଭାରତରେ ସଡ଼କ ସୁରକ୍ଷାକୁ ସୁଦୃଢ଼ ​​କରିବା ଲକ୍ଷ୍ୟରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏକ ଘୋଷଣା କରିଛନ୍ତି ।କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକାରୀଙ୍କ ବଡ଼ ଘୋଷଣା। ସେ କହିଛନ୍ତି, ଏବେ ପ୍ରତ୍ୟେକ ବାହନ ସହ ଦୁଇଟି ଆଇଏସଆଇ ସାର୍ଟିଫାଏଡ୍ ହେଲମେଟ୍ ଦେବା ବାଧ୍ୟତାମୂଳକ। ନୂଆ ଦିଲ୍ଲୀରେ ଆୟୋଜିତ ଅଟୋ ସମିଟ୍‌ରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିର ଘୋଷଣା କରିଛନ୍ତି।

ଯାହାଫଳରେ ଦୁଇଚକିଆ ହେଲମେଟ୍ ମାନୁଫାକଚରିଂ ଆସୋସିଏସନ୍‌ ଅଫ୍ ଇଣ୍ଡିଆର ପୁରା ସମର୍ଥନ ମିଳିଛି। ଗଡକାରୀଙ୍କ ଏହି କଡ଼ା ନିର୍ଦେଶକ ଉଦ୍ୟୋଗ ଜଗତ ଦ୍ବାରା ଏକ ଗୁରୁତ୍ବପୂର୍ଣ୍ଣ ଓ ଦୀର୍ଘ ସମୟ ଧରି ଅପେକ୍ଷା କରାଯାଇଥିବା ପଦକ୍ଷେପ ବୋଲି କୁହାଯାଉଛି, ଯାହାକି ଏହି ଅନାବଶ୍ୟକ ମୃତ୍ୟୁକୁ ରୋକିବାରେ ସାହାଯ୍ୟ କରିବ।

nitin gadkari

ଟୁ-ହ୍ବିଲର ହେଲମେଟ୍ ମାନୁଫାକଚରିଂ ଆସୋସିଏସନ୍, ଯାହାକି ଦୀର୍ଘ ସମୟ ଧରି ଆଇଏସଆଇ ସାର୍ଟିଫାଏଡ୍ ହେଲମେଟ୍‌ ବାଧ୍ୟତାମୂଳକ କରିବାର ଦାବି କରୁଥିଲା। ଏହି ନିଷ୍ପତ୍ତିକୁ ଆସୋସିଏସନ୍ ପ୍ରଶଂସା କରିଛି। ଉଲ୍ଲେଖନୀୟ ଯେ, ଭାରତରେ ସଡକ ଦୁର୍ଘଟଣାର ସଂଖ୍ୟା ଖୁବ୍ ଚିନ୍ତାଜନକ ରହିଛି। ପ୍ରତିବର୍ଷ ୪,୮୦,୦୦୦ରୁ ଅଧିକ ସଡକ ଦୁର୍ଘଟଣା ହେଉଛି।

ଏଥିରେ ୧,୮୮,୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଉଛି। ଏଥିରେ ୬୬% ମୃତକ ୧୮ ରୁ୪୫ ବର୍ଷର ରହିଛନ୍ତି। ବିଶେଷ ଭାବରେ ଦୁଇଚକିଆ ବାହନ ଦୁର୍ଘଟଣା ପ୍ରତିବର୍ଷ ୬୯,୦୦୦ ରୁ ଅଧିକ ଲୋକ ମରୁଛନ୍ତି,ସେଥିରେ ୫୦% ମୃତ୍ୟୁ ହେଲମେଟ୍‌ ନପିନ୍ଧିବା କାରଣରୁ ହେଉଛି।

ଦୁଇ ଚକିଆ ହେଲମେଟ୍ ନିର୍ମାତା ସଂଘର ସଭାପତି ରାଜୀବ କପୁର କହିଛନ୍ତି, "ଏହା କେବଳ ଏକ ନିୟମ ନୁହେଁ ବରଂ ଦେଶର ଆବଶ୍ୟକତା। ସଡ଼କ ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପାଇଁ ଏହି ନିଷ୍ପତ୍ତି ଆଶାର କିରଣ ଯେ ଏବେ ଏପରି ଦୁଃଖଦ ଘଟଣାଗୁଡ଼ିକୁ ରୋକାଯାଇପାରିବ। ବାଇକ ଚଲାଉଥିବା ଓ ପଛରେ ବସିଥିବା ବ୍ୟକ୍ତି ଉଭୟଙ୍କ ପାଖରେ ଆଇଏସଆଇ ପ୍ରମାଣିତ ହେଲମେଟ ଥାଏ, ତେବେ ଯାତ୍ରା ନିରାପଦ ଏବଂ ଦାୟିତ୍ୱପୂର୍ଣ୍ଣ ହୋଇଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+