ଯୌନ ଶୋଷଣ ଅଭିଯୁକ୍ତ ସ୍ବାମୀ ଚୈତନ୍ୟାନନ୍ଦଙ୍କୁ ବଡ଼ ଝଟକା,୫ ଦିନିଆ ପୋଲିସ ହେବାଜତକୁ ପଠାଇଲେ କୋର୍ଟ
ଶେଷରେ ଆତ୍ମଘୋଷିତ ଭଗବାନ ତଥା ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ୍-ରିସର୍ଚ୍ଚର ପୂର୍ବତନ ନିର୍ଦ୍ଦେଶକ ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀଙ୍କୁ ପୁଲିସ ଗିରଫ କରିଛି। ରବିବାର ଭୋର ୩ଟା ୩୦ ସମୟରେ ଆଗ୍ରାର ଏକ ହୋଟେଲରୁ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଦିଲ୍ଲୀ ପୁଲିସର ସୂଚନା ଅନୁଯାୟୀ, ୬୨ ବର୍ଷୀୟ ଆତ୍ମଘୋଷିତ ଧର୍ମଗୁରୁ ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ ପୁଲିସର ଗିରଫ ଏଡ଼ାଇବା ପାଇଁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିଲେ। ପୁଲିସ ନଜରରୁ ଖସିବା ପାଇଁ ସେ ଇତିମଧ୍ୟରେ ୧୫ରୁ ଅଧିକ ସ୍ଥାନ ବଦଳାଇଛନ୍ତି। ପ୍ରମୁଖ ଧାର୍ମିକ ସ୍ଥଳୀର ହୋଟେଲଗୁଡ଼ିକରେ ରହୁଥିଲେ। ଏସବୁ ସ୍ଥାନରେ ଯାଞ୍ଚ କମ୍ ହେଉଥିବାରୁ ସେ ଏଗୁଡ଼ିକୁ ଚୟନ କରୁଥିଲେ। ଦିଲ୍ଲୀ ପୋଲିସ ଅଭିଯୁକ୍ତ ବାବା ଚୈତନ୍ୟାନନ୍ଦ ସରସ୍ୱତୀଙ୍କୁ ପଚରାଉଚରା କରିବ। ପୂର୍ବରୁ, ଦିଲ୍ଲୀ ପୋଲିସ ବାବାଙ୍କ ପାଇଁ ପାଞ୍ଚ ଦିନର ପୋଲିସ ହେପାଜତ ମାଗିଥିଲା।

ପୁଲିସ ଅନୁଯାୟୀ, ଚୈତନ୍ୟାନନ୍ଦଙ୍କ ବିରୁଦ୍ଧରେ ଆର୍ଥିକ ଦୁର୍ବଳ ବର୍ଗ (EWS) ଛାତ୍ରବୃତ୍ତି ଯୋଜନା ଅଧୀନରେ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ପାଠ୍ୟକ୍ରମ ପଢୁଥିବା ମହିଳା ଛାତ୍ରୀ ମାନଙ୍କୁ ଟାର୍ଗେଟ କରିବାର ଅଭିଯୋଗ ରହିଛି। ଅଗଷ୍ଟ ୪ ତାରିଖରେ ଭାରତୀୟ ବାୟୁସେନା ମୁଖ୍ୟାଳୟରୁ ମହିଳା ଛାତ୍ରୀ ମାନଙ୍କୁ ଦୁଷ୍କର୍ମ କରିବାର ଅଭିଯୋଗ ପାଇବା ପରେ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା।
ତଦନ୍ତରୁ ଜଣାପଡିଛି ଯେ, ଚୈତନ୍ୟାନନ୍ଦ ରାତିରେ ଛାତ୍ରୀ ମାନଙ୍କୁ ତାଙ୍କ କୋଠରୀକୁ ଡାକି ସେମାନଙ୍କ ଉପରେ ଜୋର ଜବରଦସ୍ତି କରୁଥିଲେ, ସେମାନଙ୍କ ଗ୍ରେଡ୍ କମ କରିବା କିମ୍ବା ଫେଲ୍ କରିବାକୁ ଧମକ ଦେଉଥିଲେ। ପୋଲିସ ସଂସ୍ଥାର ତିନି ଜଣ ୱାର୍ଡେନଙ୍କ ବୟାନ ରେକର୍ଡ କରିଛି, ଯେଉଁମାନେ ଚୈତନ୍ୟାନନ୍ଦଙ୍କୁ ସହାୟତା କରିବା ଏବଂ ଆପତ୍ତିଜନକ ମେସେଜ୍ ଡିଲିଟ୍ କରିବା ଅଭିଯୋଗରେ ଅଭିଯୁକ୍ତ।
ପ୍ରାୟ ୫୦ ଜଣ ଛାତ୍ରୀଙ୍କ ଫୋନ୍ ରୁ ଜବତ କରାଯାଇଥିବା ହ୍ୱାଟ୍ସଆପ୍ ଚାଟ୍ ୧୬ ବର୍ଷ ଧରି ଯୌନ ନିର୍ଯାତନାର ପ୍ରମାଣ ପ୍ରକାଶ କରିଛି, ଯେଉଁଥିରେ ଆପତ୍ତିଜନକ ମେସେଜ୍ ଏବଂ ଜୋରଜବରଦସ୍ତ ଶାରୀରିକ ସମ୍ପର୍କର ଘଟଣା ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, CCTV ଫୁଟେଜ୍ ଡିଲିଟ୍ କରିବାର ଅଭିଯୋଗ ସାମ୍ନାକୁ ଆସିଛି ଏବଂ DVR କୁ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି।
ପୂର୍ବରୁ, ଅଗଷ୍ଟ ଆରମ୍ଭରେ, ୧୭ ଜଣ ଛାତ୍ରୀ ଦିଲ୍ଲୀର ଡିଫେନ୍ସ କଲୋନି ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରିଥିଲେ, ଯେଉଁଥିରେ ଚୈତନ୍ୟାନନ୍ଦ EWS ଛାତ୍ରବୃତ୍ତି ପାଉଥିବା ମହିଳା ଛାତ୍ରୀମାନଙ୍କୁ ହଇରାଣ କରୁଥିବା ଅଭିଯୋଗ କରାଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ, ଚୈତନ୍ୟାନନ୍ଦ ଗତ ଦୁଇ ଦଶନ୍ଧି ଧରି ମହିଳା ମାନଙ୍କୁ ଶୋଷଣ କରିଆସୁଛନ୍ତି ଏବଂ ୨୦୦୯ ଏବଂ ୨୦୧୬ ରେ ମଧ୍ୟ ଦୁଷ୍କର୍ମ ଅଭିଯୋଗରୁ ଖସି ଯାଇଥିଲେ।ଏହି ଥର, ଅଗଷ୍ଟରେ ୧୭ ଜଣ ଛାତ୍ରୀ ଅଭିଯୋଗ ଦାଖଲ କରିବା ପରେ ମାମଲାଟି ସାମ୍ନାକୁ ଆସିଥିଲା। ଚୈତନ୍ୟାନନ୍ଦ ସେତେବେଳେ ଲଣ୍ଡନରେ ଥିଲେ ।












Click it and Unblock the Notifications