୩ ଦିନ ମଧ୍ୟରେ ଭାରତ ଛାଡିବେ ସୀମା ହୈଦର!

ନୂଆଦିଲ୍ଲୀ:ପୁଣି ବିବାଦରେ ପାକିସ୍ତାନୀ ମହିଳା ସୀମା ହୈଦର । ଅବୈଧ ଭାବେ ଭାରତ ପ୍ରବେଶକୁ ବିରୋଧ କଲା 'ଗୋ ରକ୍ଷା ହିନ୍ଦୁ ଦଳ'। ତେବେ ତିନି ଦିନ ଭିତରେ ଭାରତ ଛାଡିବା ପାଇଁ ମିଳିଲା ଚେତାବନୀ ନଚେତ୍ ଅନ୍ୟ ଉପାୟରେ ବାହାର କରାଯିବ । ସଂଗଠନର ଜାତୀୟ ସଭାପତି ବେଦ ନାଗର ଏନେଇ ଏକ ଭିଡିଓ ଜାରି କରିଛନ୍ତି । ସେ କହିଛନ୍ତି, 'ସୀମା ହୈଦର ଜଣେ ପାକିସ୍ତାନୀ ଗୁପ୍ତଚର ସେ ଦେଶ ପାଇଁ ବିପଦ ସୃଷ୍ଟି କରିପାରନ୍ତି' ।

ସେ ଆହୁରି କହିଛନ୍ତି, ଆତଙ୍କବାଦୀ ଦେଶରୁ ଆସିଥିବା ମହିଳାଙ୍କୁ ଆମେ ସହ୍ୟ କରିପାରିବୁ ନାହିଁ । ଯଦି ସୀମା ହେଦର ୭୨ ଘଣ୍ଟା ମଧ୍ୟରେ ଭାରତ ନ ଛାଡନ୍ତି ତେବେ ଆମେ ଆନ୍ଦୋଳନ କରିବୁ ।

Seema Haidar

ସୂଚନାଥାଉ ଯେ, ପାକିସ୍ତାନୀ ସୀମା ଗୁମାନ ହୈଦର ନାମକ ଜଣେ ୩୦ ବର୍ଷିୟ ମହିଳା ଭାରତର ଯୁବକ ସଚିନଙ୍କ ସହ ଅନଲାଇନ୍ ଗେମ୍ PUBG ଖେଳିବା ପରେ ତାଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ପ୍ରେମରେ ପଡିଥିଲେ । ସେ ନେପାଳରୁ ବିନା ଭିସାରେ ଭାରତକୁ ବେଆଇନ ଭାବେ ପ୍ରବେଶ କରିବା ପରେ ଗ୍ରେଟର ନୋଏଡାର ରାବପୁରା ଅଞ୍ଚଳରେ ରହୁଛନ୍ତି ।

ସୀମା ଏବଂ ତାଙ୍କ ପ୍ରେମିକ ସଚିନଙ୍କୁ ଜୁଲାଇ ୪ ତାରିଖରେ ଗିରଫ କରାଯାଇଥିଲା । ପରବର୍ତ୍ତି ସମୟରେ ଉଭୟଙ୍କୁ ଜାମିନ ମିଳିଥିଲା । ହେଲେ ସୀମାଙ୍କୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ । ସେ ପାକିସ୍ତାନର ଗୁପ୍ତଚର ହୋଇପାରନ୍ତି ବୋଲି ସନ୍ଦେହ କରାଯାଉଛି ଏବଂ ତଦନ୍ତ ମଧ୍ୟ ଜାରି ରହିଛି । ସେପଟେ ସୀମା ଏହି ଅଭିଯୋଗକୁ ଖଣ୍ତନ କରିଛନ୍ତି । ସେ କେବଳ ନିଜ ପ୍ରେମ ପାଇଁ ଭାରତ ଆସିଛନ୍ତି ବୋଲି ଦାବି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+