ଦୁବାଇ କ୍ଲବରେ ଡ୍ୟାନ୍ସ କରୁଥିଲେ ସୀମା ହେଦର, ଭିଡିଓ ହେଲା ଭାଇରାଲ, ବଢିଲା ସନ୍ଦେହ
Seema Haidar:ପାକିସ୍ତାନର କରାଚିର ବାସିନ୍ଦା ସୀମା ହେବର ତାଙ୍କ ଭାରତୀୟ ପ୍ରେମିକ ସଚିନ ମିନା ଏବଂ ସେମାନଙ୍କ ପୁରା ପରିବାର ଏବେ ଉତ୍ତରପ୍ରଦେଶର ଏଟିଏସ ରାଡରରେ ଅଛନ୍ତି । ମଙ୍ଗଳବାର ଦ୍ୱିତୀୟ ଦିନ ସଚିନଙ୍କ ସହ ତାଙ୍କ ସହ ଜଡିତ ଲୋକଙ୍କୁ ପଚରାଉଚରା କରୁଛି ଏଟିଏସ୍ ।

ଭର୍ତ୍ତମାନ ଟ୍ୱିଟରରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସୀମା ହେଦର ବଲିଉଡ ଚଳଚ୍ଚିତ୍ରର ଗୀତରେ ନାଚୁଥିବା ନଜର ଆସୁଛନ୍ତି। ଏହି ଏହି ଭିଡିଓ ଦୁବାଇର ଏକ କ୍ଲବର ବୋଲି ଦାବି କରାଯାଉଛି । ତେବେ ଏହା ମଧ୍ୟ କୁହାଯାଉଛି ଯେ, ଏହି କ୍ଲବରେ ସୀମା ହେଦର ଜଣେ ନୃତ୍ୟଶିଳ୍ପୀ ଭାବରେ କାର୍ଯ୍ୟ କରୁଥିଲେ।
सीमा हैदर
- पाकिस्तान की PMLN पार्टी के नेता इरशाद अहमद खान का कहना है कि सीमा हैदर दुबई के मिर्ची क्लब में डांसर थीं। उसने उसे नाचते हुए देखा था।
- कुछ खबरों के मुताबिक सीमा हैदर का भाई और चाचा पाकिस्तान आर्मी में तैनात है pic.twitter.com/p4FBimbGl1
— हम लोग We The People (@ajaychauhan41) July 17, 2023
ପାକିସ୍ତାନୀ ୟୁଟ୍ୟୁବର୍ ସୟଦ ବେସିତ ଅଲି ଗତ କିଛି ଦିନ ମଧ୍ୟରେ ସୀମା ହେଦରଙ୍କ ବିଷୟରେ ଅନେକ ଭିଡିଓ ପୋଷ୍ଟ କରୁଛନ୍ତି । ସୀମା ହେଦରଙ୍କ ବନ୍ଧୁ, ତାଙ୍କ ପୂର୍ବତନ ପ୍ରେମିକ, ତାଙ୍କ ଡାକ୍ତରଙ୍କ ସହ ଇଣ୍ଟରଭିୟୁ କରି ନିଜ ଚ୍ୟାନେଲରେ ପାକିସ୍ତାନୀ ୟୁଟ୍ୟୁବର୍ ପୋଷ୍ଟ କରୁଥିବାର ଦେଖିବା ପାଇଁ ମିଳୁଛି । ବର୍ତ୍ତମାନ ପାକିସ୍ତାନର ଏହି ୟୁଟ୍ୟୁବର୍ ଦାବି କରିଛନ୍ତି ଯେ, ସୀମା ହେଦର ଦୁବାଇର ଏକ କ୍ଲବରେ ଜଣେ ନୃତ୍ୟଶିଳ୍ପୀ ଭାବେ କାର୍ଯ୍ୟ କରୁଥିଲେ । ଟ୍ୱିଟରରେ ମଧ୍ୟ ଅନେକ ଲୋକ ସୀମା ହେଦରଙ୍କ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି, ଏହି ଭିଡିଓ ଦୁବାଇର ଏକ କ୍ଲବରେ ବୋଲି ଦାବି କରାଯାଉଛି ।
किस किस को लगता है सीमा हैदर एक नाचने वाली है उसके जितने वीडियो देखे एक ही जगा और कपड़े अलग अलग होते हैं#SeemaHaider pic.twitter.com/5m4hhUHj6V
— cuffy (@CuffyAk) July 17, 2023
ଭାଇରାଲ ଭିଡିଓରେ ସୀମା ହେଦର ବଲିଉଡ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ପାକିସ୍ତାନର ପିଏମଏଲଏନ ଦଳର ନେତା ଇରଶାଦ ଅହମ୍ମଦ ଖାନ କହିଛନ୍ତି ଯେ, ସୀମା ହେଦର ଦୁବାଇର ମିର୍ଚି କ୍ଲବରେ ଜଣେ ଡ୍ୟାନ୍ସର ଭାବେ କାର୍ଯ୍ୟ କରୁଥିଲେ। ସେ ତାଙ୍କ ନାଚ ଦେଖିଛନ୍ତି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଜଣେ ସାଧାରଣ ପାକିସ୍ତାନୀ ଝିଅ କିପରି ଦୁବାଇ କ୍ଲବରେ ପହଞ୍ଚିଲା କ'ଣ ରହିଛି ଏହା ପଛର ରାଜ୍ ଏବେ ଏପରି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି । ହେଲେ ସୀମାଙ୍କୁ ନେଇ କିଛି ସ୍ପଷ୍ଟ ସୂଚନା ଏବେ ବି ମିଳିପାରୁ ନାହିଁ ।












Click it and Unblock the Notifications