ଉତ୍ତରାଖଣ୍ଡ ହଲଦୱାନୀ ହିଂସା:୪ ମୃତ, ଶହେରୁ ଅଧିକ ପୋଲିସ କର୍ମୀ ଆହତ

Haldwani communal violence: ଫେବୃଆରୀ 8ରେ ଉତ୍ତରାଖଣ୍ଡର ନେନିତାଲ ଜିଲ୍ଲାର ହଲଦୱାନୀ ହିଂସା ଆରମ୍ଭ ହୋଇଥିଲା। ବନଭୁଲପୁରାରେ ଏକ "ବେଆଇନ ଭାବେ ନିର୍ମିତ" ମଦ୍ରାସା ଭାଙ୍ଗିବା ପରେ ଏହି ହିଂସା ଆରମ୍ଭ ହୋଇଥିଲା। ପରିସ୍ଥିତି ଏତେ ଖରାପ ହୋଇ ଯାଇଥିଲା ଯେ ପୋଲିସକୁ ଉକ୍ତ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରିବାକୁ ପଡିଥିଲା ।

Haldwani_violence

ଏପରି ଉଚ୍ଛେଦକୁ ବିରୋଧ କରି ପୋଲିସ ଉପରେ ମଧ୍ୟ ଆକ୍ରମଣ କରିବା ପାଇଁ ପଛାଇ ନଥିଲେ ଉପଦ୍ରବକାରୀ । ପୋଲିସ ଉପରକୁ ଟେକା ପଥର ମାଡ଼ କରିବା ସହ ଗାଡ଼ିରେ ନିଆଁ ଲଗାଇଦେଇଥିଲେ । ଯାହାପରେ ଅତିରିକ୍ତ ପୋଲିସ ନିୟୋଜିତ କରାଯାଇଥିଲା ।


ଦଙ୍ଗାକାରୀଙ୍କୁ ଦେଖି ଗୁଳି ଚଳାଇବାକୁ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ହଲଦୱାନୀ ହିଂସାରେ ବନଭୁଲପୁରାରେ ଏପର୍ଯ୍ୟନ୍ତ 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 100ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଆଜି ଏଠାରେ ସମାନ ପରିସ୍ଥିତି ରହିଛି ।

ନୈନିତାଲ ଜିଲ୍ଲା ମାଜିଷ୍ଟ୍ରେଟ ଭନ୍ଦାନା କହିଛନ୍ତି ଯେ, ବନଭୁଲପୁରା ହିଂସାରେ ଏପର୍ଯ୍ୟନ୍ତ ଚାରି ଜଣଙ୍କର ମୃତ୍ୟୁ ଘଟିଛି ଏବଂ 100ରୁ ଅଧିକ ଆହତ ହୋଇଛନ୍ତି, ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ପାଇଁ ହଲଦୱାନୀ କର୍ଫ୍ୟୁ ଲାଗୁ କରାଯାଇଥିବାବେଳେ ସହରରେ ଇଣ୍ଟରନେଟ ସେବା ମଧ୍ୟ ସ୍ଥଗିତ ରଖାଯିବାର ନିଷ୍ପତ୍ତି ନିଆଯାଇଛି ଏବଂ ଉକ୍ତ ଅଞ୍ଚଳରେ ସ୍କୁଲ କଲେଜ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+