ପନ୍ନୁଙ୍କ ଧମକପୂର୍ଣ୍ଣ ମେଲ୍‌ ପରେ ପ୍ରବାସୀ ଭାରତୀୟ ଦିବସ ପାଇଁ ବଢିଲା ସୁରକ୍ଷା

ମାସକର ନୀରବତା ପରେ ପୁଣି ଥରେ ଧମକପୂର୍ଣ୍ଣ ମେଲ୍‌ ପଠାଇଛି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ । ଖୁବ୍‌ ଶୀଘ୍ର ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହେବାକୁ ଥିବା ବେଳେ ଉକ୍ତ ସମୟରେ ବ୍ୟାଘାତ ସୃଷ୍ଟି ପାଇଁ ଧମକପୂର୍ଣ୍ଣ ମେଲ୍ ତଥା ଭିଡିଓ ମେସେଜ ପଠାଇଛି ପନ୍ନୁ। ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଏହି ମେଲ୍‌ ଓ ଭିଡିଓ ମେସେଜ ଆସିଥିବା ଜଣାଯାଇଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାଯାଇଛି ।

Pannu

ଗତ ନଭେମ୍ବର ମାସରେ ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ଚାଲିଥିବା ବେଳେ ତାହାକୁ ଭଣ୍ଡୁର କରିବାକୁ ପନ୍ନୁ ପଠାଇଥିଲା ଧମକପୂର୍ଣ୍ଣ ମେଲ୍‌। ସେତେବଳେ ମଧ୍ୟ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଓଡ଼ିଆ ଓ ଇଂରାଜୀରେ ଦୁଇଟି ଧମକପୂର୍ଣ୍ଣ ମେଲ୍‌ ଆସିଥିଲା ।

ସେହିପରି ଆଜି ପୁଣିଥରେ ଏହି ଘଟଣାର ପୁନରାବୃତ୍ତି ହୋଇଛି । ଆସନ୍ତା୮ ତାରିଖରେ ଭୁବନେଶ୍ୱରର ଜନତା ମଇଦାନରେ 'ପ୍ରବାସୀ ଭାରତୀୟ ଦିବସ' ସମାରୋହ ପାଳିତ ହେବ । ଏହି ସମୟରେ ବିମାନ ବନ୍ଦରରୁ ଜନତା ମଇଦାନ ଯାଏଁ ସତର୍କ ରହିବାକୁ ଧମକ ଦିଆଯାଇଛି।

ଏହା ପୂର୍ବରୁ ଅକ୍ଷୟ ସାହୁଙ୍କ ନିକଟକୁ ଧମକପୂର୍ଣ୍ଣ ମେଲ୍‌ ଓ ଭିଡିଓ ମେସେଜ ଆସିଥିବା ବେଳେ ଏନେଇ ଅକ୍ଷୟ ସାହୁ ଆଜି ପୁଲିସ୍‌କୁ ସୂଚନା ଦେବେ ବୋଲି ଜଣାଯାଇଛି। ତେବେ ଏହି ଧମକପୂର୍ଣ୍ଣ ମେଲ୍‌ ପନ୍ନୁ ଦେଇଛି ନା' ଆଉ କିଏ ତଦନ୍ତ ପରେ ତାହା ସ୍ପଷ୍ଟ ହେବ । ଏଥିସହ କେବଳ ଅକ୍ଷୟ ସାହୁଙ୍କ ନିକଟକୁ ମେଲ୍‌ ଆସିଛି ନା ଆଉ କାହା ପାଖକୁ ବି ପନ୍ନୁ ମେଲ୍‌ ପଠାଇଛି ତାହା ସ୍ପଷ୍ଟ ହୋଇ ପାରିନି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+