ଛତିଶଗଡ଼ର ନାରାୟଣପୁରରେ ଲ୍ୟାଣ୍ଡମାଇନ ଠାବ କରି ନିଷ୍କ୍ରିୟ କଲେ ସୁରକ୍ଷା କର୍ମୀ

ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଜଂଗଲରେ ଖଞ୍ଜିଥିବା ୩ଟି ଲ୍ୟାଣ୍ଡମାଇନକୁ ଅତି ସତର୍କତାର ସହ ନିଷ୍କ୍ରିୟ କରିଛନ୍ତି। ଆଜି ସକାଳେ ଏସଟିଏଫ ଯବାନ ଜିଲ୍ଲାର କୋକାମେଟା ଥାନା ଅନ୍ତର୍ଗତ କୋଡଲି ଏବଂ ବିଚପାଡା ନିକଟସ୍ଥ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଂଗଲ ମଝିରେ ପ୍ରେସର କୁକରରେ ଖଞ୍ଜାଯାଇଥିବା ତିନୋଟି ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଥିଲେ। ତୁରନ୍ତ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାଗୁଡିକକୁ ଅତି ସତର୍କତାର ସହ ନିଷ୍କ୍ରିୟ କରିଥିଲେ।

bsf

ତେବେ ଏଥିରେ କୌଣସି ଯବାନଙ୍କର କିଛି କ୍ଷତି ହୋଇନାହିଁ। ନକ୍ସଲ ଯବାନଙ୍କୁ ସହଜରେ ଟାର୍ଗେଟ କରିପାରିଥାନ୍ତେ। ତେଣୁ ଯବାନଙ୍କର ଏହି ସଫଳତା ଯୋଗୁଁ ଏକ ବଡ ଧରଣର ଅଘଟଣକୁ ଏଡାଇ ଦିଆଯାଇପାରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+