ସୁରକ୍ଷାବାହିନୀ ଜବତ କଲେ ୧୮ ହଜାର ଡେଟୋନେଟର୍
ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ୍ର ଜରେଇକେଲା ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ସରଣ୍ଡା ଜଙ୍ଗଲରେ ସକ୍ରିୟ ସିପିଆଇ ମାଓବାଦୀ ସଙ୍ଗଠନର ଏକ ବଡ଼ ଷଡ଼ଯନ୍ତ୍ରକୁ ମଙ୍ଗଳବାର ସୁରକ୍ଷାବାହିନୀ ପଣ୍ଡ କରିଛି।

ପୁଲିସକୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ କରାଯାଇଥିବା ଏକ ସ୍ୱତନ୍ତ୍ର ଅଭିଯାନରେ ସୁରକ୍ଷାବାହିନୀ ଟଣ୍ଟୋ ଥାନା ହୁସିପି ଗାଁର ଜଙ୍ଗଲ ଓ ପାହାଡ଼ରେ ଲୁଚାଇ ରଖାଯାଇଥିବା ପ୍ରାୟ ୧୮ ହଜାର ଡେଟୋନେଟର ଜବତ କରିଛନ୍ତି। ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ସେଗୁଡ଼ିକୁ ଘଟଣାସ୍ଥଳରେ ସୁରକ୍ଷିତ ଭାବରେ ନଷ୍ଟକରି ଦିଆଯାଇଛି।












Click it and Unblock the Notifications