କାଶ୍ମୀରରେ ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ, ଦୁଇ ଯବାନ ଆହତ

ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧ ୨ ଜଣ ଯବାନ ଆହତ ହୋଇଛନ୍ତି। ଆଜି ମଧ୍ୟାହ୍ନରେ ଅନନ୍ତନାଗରେ ଅହଲାନ ଗାଡୋଲେ ଆରମ୍ଭ ହୋଇଥିବା ଏନକାଉଣ୍ଟର ଏବେ ବି ଜାରି ରହିଛି। ପୁଲିସ କହିଛି ଯେ ଆଜି ମଧ୍ୟାହ୍ନରେ କୋକେରନାଗ ସବଡିଭିଜନରେ ଥିବା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦ ନିରୋଧ ଅପରେସନ କରାଯାଉଥିଲା।

ଏହି ସମୟରେ ପ୍ୟାଟ୍ରୋଲିଂ ଟିମ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଛି। ତେବେ ଗୁଳି ବିନିମୟ ବେଳେ ୨ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ସ୍ଥାନୀୟ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Security forces and terrorist

ଏବେ ସେଠାରେ ଜାରି ରହିଥିବା ଗୁଳି ବିନିମୟରେ ସ୍ପେଶାଲ ଫୋର୍ସ ଓ ପାରା ଟ୍ରୁପର୍ସ ନିୟୋଜିତ ହୋଇଛି। ଜଙ୍ଗଲ ଭିତରେ କିଛି ବିଦେଶୀ ଆତଙ୍କବାଦୀ ଲୁଚି ରହିଥିବା କୁହାଯାଉଛି। ସେମାନଙ୍କୁ ନିପାତ କରିବା ପାଇଁ ପ୍ରୟାସ ଜାରି ରହିଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

କୋକେରନାଗରେ ଏହା ଦ୍ୱିତୀୟ ବଡ଼ ଏନକାଉଣ୍ଟର। ଗତବର୍ଷ ସେପ୍ଟେମ୍ବର ମାସରେ ଜଣେ କମାଣ୍ଡିଂ ଅଫିସର, ଜଣେ ମେଜର ଓ ପୁଲିସର ଜଣେ ଡେପୁଟି ଏସ୍‌ପି ଏଠାରେ ସହିଦ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+