ଧୂଆଁ ଆକ୍ରମଣ ପରେ ବଦଳିଲା ସଂସଦର ସୁରକ୍ଷା ବ୍ୟବସ୍ଥା
Security Breach In Parliament: ସୁରକ୍ଷାରେ ତ୍ରୁଟି ପରେ ଭିଜିଟରସଙ୍କ ପାଇଁ ବନ୍ଦ ହେଲା କମ୍ପ୍ଲେକ୍ସ । ଅର୍ଥାତ୍ କୌଣସି ବାହାର ଲୋକଙ୍କ ଆଉ ସଂସଦ ଭିତରେ ପ୍ରବେଶ କରି ପାରିବେ ନାହିଁ, ନା ଆଉ ପାସ୍ ମିଳିବ । ସେହିପରି ସାଂସଦ, କର୍ମଚାରୀ ଏବଂ ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ପଥର ବ୍ୟବସ୍ଥା କରାଯିବ । ସାଂସଦମାନେ ମୁଖ୍ୟ ଗେଟ୍ ଦେଇ ସଂସଦ ଭିତରକୁ ପ୍ରବେଶ କରିବେ । ଅନ୍ୟପଟେ ଭିଜିଟରମାନଙ୍କୁ ପରବର୍ତ୍ତୀ ଅବସ୍ଥାରେ ଅନୁମତି ମିଳିଲେ, ସେମାନ ୪ର୍ଥ ଗେଟରେ ଦେଇ ସଂସଦ ଭିତରକୁ ପ୍ରବେଶ କରିପାରିବେ ।
ସେହିପରି ଭିଜିଟର ଗ୍ୟାଲେରୀରେ କାଚ ଲଗାଯିବା ସହ ବଡି ସ୍କାନ ମେସିନ୍ ଲଗାଯିବ ଏବଂ ସଂସଦରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢାଯିବା ନେଇ ପରିବର୍ତ୍ତିତ ନିୟମରେ ସୂଚନା ଦିଆଯାଇଛି । ପୂର୍ବରୁ ସଂସଗରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଥିଲା ହେଲେ ବର୍ତ୍ତମାନ ୨୦୦୧ରେ ସଂସଦ ଆକ୍ରମଣ ପରେ ଏହାକୁ ୪ ଥାକିଆ କରି ଦିଆଯାଇଛି ।

ସଂସଦ ଭିତରକୁ ପ୍ରବେଶ କରିବା ପାଇଁ ହେଲେ ଭିଜିଟରମାନଙ୍କ ପାଖରେ ନିଶ୍ଚିତ ଭାବେ ଯେକୌଣସି ସାଂସଦଙ୍କ ତରଫରୁ ଜାରି କରାଯାଇଥିଲା ପାସ ଥିବା ଆବଶ୍ୟକ । ତେବେ ଆଜିର ଘଟଣାରେ ସାମିଲ ଥିବା ଦୁଇ ଯୁବକଙ୍କ ପାଖରେ ବିଜେପି ସାଂସଦ ପ୍ରତାପ ସୀମାଙ୍କ ଦ୍ୱାରା ଜାରି ହୋଇଥିବା ପାସ୍ ଥିବା ନେଇ ସୂଚନା ରହିଛି । ପୋଲିସ ସମସ୍ତ ୫ ଜଣଙ୍କୁ ଗିରଫ କରି ଘଟଣାର ଯାଞ୍ଚ ଆରମ୍ଭ କରିଛି ।
ସୂଚନାଥାଉ ଯେ, ଲୋକସଭାର ସୁରକ୍ଷାରେ ବଡ଼ ଧରଣର ତ୍ରୁଟି । ଅପରାହ୍ଣରେ ୨ ଜଣ ଅଜଣା ବ୍ୟକ୍ତି ଲୋକସଭା 'ଭିଜିଟର୍ସ ଗ୍ୟାଲେରି' ମଧ୍ୟ ଦେଇ ଗୃହରେ କଲେ ପ୍ରବେଶ । ବୁଧବାର ଦିନ ଲୋକସଭାର ଅଧିବେଶନ ଚାଲୁଥିବାବେଳେ ହଠାତ୍ ଦୁଇ ଯୁବକ ଲୋକସଭା ଭିତରକୁ ପଶି ଆସିଥିଲେ । ଗୃହରେ ଉପସ୍ଥିତ ସାଂସଦ ତାଙ୍କୁ ପ୍ରଥମେ କାବୁ କରିବା ପରେ ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରିଥିବା ନେଇ ସୂଚନା ରହିଛି । ଏହା ପେର ଲୋକସଭାକୁ ଦିନ ୨ଟା ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଥିଲା ।












Click it and Unblock the Notifications