ଲୋକସଭାର ସୁରକ୍ଷାରେ ବଡ଼ ଧରଣର ତ୍ରୁଟି, ରଙ୍ଗିନ୍ ଧୂଆଁ ସ୍ପ୍ରେ କଲେ ୨ ବ୍ୟକ୍ତି
Security Breach In Parliament: ଲୋକସଭାର ସୁରକ୍ଷାରେ ବଡ଼ ଧରଣର ତ୍ରୁଟି । ଅପରାହ୍ଣରେ ୨ ଜଣ ଅଜଣା ବ୍ୟକ୍ତି ଲୋକସଭା 'ଭିଜିଟର୍ସ ଗ୍ୟାଲେରି' ମଧ୍ୟ ଦେଇ ଗୃହରେ କଲେ ପ୍ରବେଶ । ବୁଧବାର ଦିନ ଲୋକସଭାର ଅଧିବେଶନ ଚାଲୁଥିବାବେଳେ ହଠାତ୍ ଦୁଇ ଯୁବକ ଲୋକସଭା ଭିତରକୁ ପଶି ଆସିଥିଲେ ।

ଗୃହରେ ଉପସ୍ଥିତ ସାଂସଦ ତାଙ୍କୁ ପ୍ରଥମେ କାବୁ କରିବା ପରେ ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରିଥିବା ନେଇ ସୂଚନା ରହିଛି । ଏହା ପେର ଲୋକସଭାକୁ ଦିନ ୨ଟା ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି ।

ଏହି ଘଟଣାରେ ବର୍ତ୍ତମାନ ୪ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଚାରି ଜଣଙ୍କ ମଧ୍ୟରୁ ସଂସଦ ଭିତରେ ୨ ଜଣ ଏବଂ ପରିବହନ ଭବନ ସାମ୍ନାରେ ୨ ଜଣ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଅଟକ ଥିବା ଲୋକଙ୍କ ମଧ୍ୟରେ ଜଣେ ଯୁବତୀ ମଧ୍ୟ ଅଛନ୍ତି । ସମସ୍ତଙ୍କଠାରୁ ଧୂଆ ନିର୍ଗତ ସାମଗ୍ରୀ ଜଗତ କରାଯାଇଛି । ଦିଲ୍ଲୀ ପୋଲିସ ବର୍ତ୍ତମାନ ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ନେଇ ଖବର ରହିଛି ।
#WATCH | An unidentified man jumps from the visitor's gallery of Lok Sabha after which there was a slight commotion and the House was adjourned. pic.twitter.com/Fas1LQyaO4
— ANI (@ANI) December 13, 2023
ଏହି ଘଟଣା ସଂସଦ ସୁରକ୍ଷାରେ ବଡ଼ ତ୍ରୁଟି ବୋଲି କୁହାଯାଉଛି । ବିଜେପି ସାଂସଦ ଖରଗେନ ମୁର୍ମୁ ଗଣମାଧ୍ୟମ ସହ ଆଲୋଚନା କରି କହିଛନ୍ତି, ପ୍ରଥମ ଲୋକସଭା ଗ୍ୟାଲେରିରୁ ଜଣେ ଯୁବକ ହଲ୍ ଭିତରେ ଡେଇଁଥିଲେ । ଏହାପରେ ଯୁବକ ଜଣକ ବେଞ୍ଚରୁ ବେଞ୍ଚ ଡେଇଁବା ଆରମ୍ଭ କରିଥିଲେ । ଏହାପରେ ଆଉ ଜଣେ ଯୁବକ ଦର୍ଶକ ଗ୍ୟାଲେରିରୁ ଭିତରକୁ ପ୍ରବେଶ କରିଥିଲେ ।
ଏହାପରେ ଦୁଇ ଯୁବକ ଗୃହ ମଧ୍ୟରେ ଚାରିଆଡେ ଦୌଡିବା ଆରମ୍ଭ କରିଥିଲେ । ଏହାପରେ ସେମାନେ ଜୋତାରୁ କିଛି ହଳଦିଆ ରଙ୍ଗର ଗ୍ୟାସ୍ ବାହର କରି ସ୍ପ୍ରେ କରିଥିଲେ ଫଳରେ ହଲ ସାରା ଧୂଆଁମୟ ହୋଇଯାଇଥିଲା । କିଛି ସାଂସଦ ଆଗକୁ ଆସି ଦୁଇ ଅଚିହ୍ନା ବ୍ୟକ୍ତିଙ୍କୁ କାବୁ କରିଥିଲେ ପରେ ତାଙ୍କୁ ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରାଯାଇଥିଲା ।
ସୂଚନାଯୋଗ୍ୟ, କିଛିଦିନ ତଳେ ଖାଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଭାରତର ସଂସଦ ଭବନ ଉଡାଇ ଦେବାକୁ ଧମକ ଦେଇଥିଲେ । ସେ କହିଥିଲେ, ଡିସେମ୍ବର ୧୩ କିମ୍ବା ତା କିମ୍ବା ତା ଆଗରୁ ଧମାକା ହେବ ବୋଲି ସେ କହିଥିଲେ ।












Click it and Unblock the Notifications