ମମତା ବାନାର୍ଜୀଙ୍କ ସୁରକ୍ଷାରେ ଅବହେଳା, ନିବାସରେ ରାତି ଅଧରେ ପଶିଲେ ଅଜଣା ବ୍ୟକ୍ତି
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ହୋଇଛି । କୋଲକାତାର କାଳିଘାଟରେ ଥିବା ମୁଖ୍ୟମନ୍ତ୍ରୀ ଆବାସରେ ରାତି ପାଖାପାଖି 1ଟାରେ ଅଧରେ ଜଣେ ଅଜ୍ଞାତ ବ୍ୟକ୍ତି ପଶିଛନ୍ତି ।
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ହୋଇଛି । କୋଲକାତାର କାଳିଘାଟରେ ଥିବା ମୁଖ୍ୟମନ୍ତ୍ରୀ ଆବାସରେ ରାତି ପାଖାପାଖି 1ଟାରେ ଅଧରେ ଜଣେ ଅଜ୍ଞାତ ବ୍ୟକ୍ତି ପଶିଛନ୍ତି । ପୋଲିସ କହିବାନୁଯାୟୀ, ଉକ୍ତ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଘରର କାନ୍ଥ ଉପରେ ଚଢିଥିଲେ ଏବଂ ରାତି ସାରା ସେଠାରେ ବସି ରହିଥିଲେ । ରବିବାର ସକାଳୁ ସିକ୍ୟୁରିଟି ଗାର୍ଡ ତାଙ୍କୁ ଦେଖିବାକୁ ପାଇଥିଲେ । ଏହାପରେ ପୋଲିସ ତୁରନ୍ତ ସେହି ବ୍ୟକ୍ତିଙ୍କୁ ଗିରଫ କରିଥିଲା ।

ଏହି ଘଟଣାରେ ତଦନ୍ତ ଜାରି ରହିଛି । ବର୍ତ୍ତମାନ ସେହି ବ୍ୟକ୍ତିଙ୍କୁ ପୋଲିସ ପଚରାଉଚୁରା କରୁଛି । ହେଲେ ସବୁଠୁ ବଡ କଥା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ଘର କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି । ମମତା ବାନାର୍ଜୀଙ୍କୁ Z+ ଶ୍ରେଣୀ ସୁରକ୍ଷା ଯୋଗାଇ ଦିଆଯାଉଛି ।
ଏପରି ସ୍ଥିତିରେ କିପରି ଏକ ଅଜ୍ଞାତ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ବର୍ତ୍ତମାନ ସମୟରେ ତାହା ସବୁଠୁ ବଡ ପ୍ରଶ୍ନବାଚୀ ହୋଇଛି । କିଛି ଦିନ ପୂର୍ବରୁ ମମତା ବାନାର୍ଜୀଙ୍କ ଘର ନିକଟରେ ଏକ ଡବଲ ମର୍ଡର ହୋଇଥିଲା । ସେହି ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଉଠିଥିଲା ।
-
ଇରାନ ଜାହାଜକୁ ନେଇ ମୁହଁ ଖୋଲିଲେ ଜୟଶଙ୍କର ‘ଆମେ ଯାହା କରିଛୁ ଠିକ୍ କରିଛୁ’, -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା .....












Click it and Unblock the Notifications