ବିଳାସପୁର ଟ୍ରେନ୍ ଦୁର୍ଘଟଣା ନେଇ SECR ପକ୍ଷରୁ ହେଲପ୍ଲାଇନ୍ ଜାରି
ବିଳାସପୁର: ଛତିଶଗଡ଼ ବିଳାସପୁର ନିକଟରେ ଟ୍ରେନ୍ ଦୁର୍ଘଟଣାରେ ଆସୁଛି ଲଗାତାର ଅପଡେଟ୍ । ଟ୍ରେନ୍ ଦୁର୍ଘଟଣାକୁ ନେଇ ଆସିଲା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । ଟ୍ରେନ ଟ୍ରାଜେଡି ପରେ ଏସଇସିଆର ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ବିଳାସପୁର ପାଇଁ ହେଲ୍ପଲାଇନ ନମ୍ବର ହେଉଛି ୭୭୭୭୮୫୭୩୩୫/୭୮୬୯୯୫୩୩୩୦। ସେହିପରି ଚମ୍ପା ପାଇଁ ୮୦୮୫୯୫୬୫୨୮, ରାୟଗଡ଼- ୯୭୫୨୪୮୫୬୦୦, ପେଣ୍ଡ୍ରାରୋଡ- ୮୨୯୪୭୩୦୧୬୨, କୋରବା-୭୮୬୯୯୫୩୩୩୦।

ଭୟଙ୍କର ଦୁର୍ଘଟଣା ପରେ ଅନେକ ବଗି ଲାଇନଚ୍ୟୁତ ହୋଇଛି । ଉକ୍ତ ରୁଟରେ ଯାଉଥିବା ସମସ୍ତ ଟ୍ରେନକୁ ବନ୍ଦ କରିଦିଆଯାଇଛି । ତେବେ ମାଲବାହୀ ଟ୍ରେନ୍ ଉପରେ ଯାତ୍ରୀବାହୀ ଟ୍ରେନ ଚଢ଼ିଯିବାରୁ ଭୟଙ୍କର ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳୁଛି ।












Click it and Unblock the Notifications