'ଖୁବ୍ ଶୀଘ୍ର ହେବ ଦ୍ୱିତୀୟ ପୁଲୱାମା '
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଇନଶାଲ୍ଲା ଦ୍ୱିତୀୟ ପୁଲୱାମା ଆଟାକ୍ ହେବ । ସୋସିଆଲ ମିଡିଆ ଏକ୍ସରେ ଏଭଳି ଏକ ପୋଷ୍ଟ କରିଛନ୍ତି ଜଣେ ଛାତ୍ର । ଆଉ ଏହି ପୋଷ୍ଟ ଭାଇରାଲ ହେବା ପରେ ସେହି ଛାତ୍ରଙ୍କୁ ଗିରଫ କରିଛି ପୋଲିସ ।
ଉତ୍ତରପ୍ରଦେଶର ଦାରଲ ଉଲୁମ ଦେଓବନ୍ଦରର ଜଣେ ମଦ୍ରାସା ଛାତ୍ରଙ୍କୁ ପୋଲିସ ଗିରଫ କରିଛି । ଛାତ୍ର ଆପତ୍ତିଜନକ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଲେଖିଛନ୍ତି ଯେ ଖୁବ ଶୀଘ୍ର ଇନଶାଲ୍ଲା ଦ୍ୱିତୀୟ ପୁଲୱାମା ହେବ । ଏହି ପୋଷ୍ଟ ଦେଖିବା ପରେ ପୋଲିସ ବିଭାଗରେ ଆଲୋଡ଼ନ ସୃଷ୍ଟି କରିଛି ।
ପୋଲିସ ତୁରନ୍ତ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଅଟକ ରଖିଥିଲା । ଏଟିଏସ୍ ଅଭିଯୁକ୍ତ ଛାତ୍ରଙ୍କୁ ମଧ୍ୟ ପଚରାଉଚରା କରୁଛି । ଏହି ପୋଷ୍ଟ ପରେ ସ୍ପାଏ ଏଜେନ୍ସି ସଂସ୍ଥା ମଧ୍ୟ ସତର୍କ ହୋଇଯାଇଛି । । ଗିରଫ ଅଭିଯୁକ୍ତ ଛାତ୍ର ଝାଡଖଣ୍ଡର ବାସିନ୍ଦା । ସେ ସାହାରନପୁର ଜିଲ୍ଲାର ଦେଓବନ୍ଦରରେ ଥିବା ମାଦ୍ରାସାରେ ଧାର୍ମିକ ଶିକ୍ଷା ଶିଖିବାକୁ ଆସିଥିଲେ ।

ଝାଡଖଣ୍ଡର ଜାମସେଦପୁରର ସେରାଇକେଲା ନିବାସୀ ମହମ୍ମଦ ତାଲହା ମଜହର ଦେଓବନ୍ଦରର ଏକ ମଦ୍ରାସାରେ ପଢ଼ୁଛନ୍ତି । ତାଲହା ସୋସିଆଲ ମିଡିଆ ଏକ୍ସରେଧମକପୂର୍ଣ୍ଣ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି । ଏହି ପୋଷ୍ଟରେ ତାଲହା ଆକ୍ରମଣ ଭଳି ଦ୍ୱିତୀୟ ପୁଲୱାମା କରିବାକୁ ଧମକ ଦେଇଛନ୍ତି । ଏହି ପୋଷ୍ଟ ମାମଲାରେ ଅଭିଯୁକ୍ତ ଛାତ୍ର ତାଲହାଙ୍କୁ ସାହାରନପୁର ପୋଲିସ ଗିରଫ କରିଛି । ଜିଲ୍ଲାର ଦେଓବାନ୍ଦ ପୋଲିସ ଷ୍ଟେସନର ଖାନଖାହ ଆଉଟପୋଷ୍ଟ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୋଲିସ ଓ ଏଟିଏସ୍ ଅଭିଯୁକ୍ତ ଛାତ୍ରଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛନ୍ତି ।
ଅଭିଯୁକ୍ତ ଛାତ୍ର ତାଲହା 'ଏକ୍ସ'ରେ ଲେଖିଥିଲେ ଯେ ଖୁବ୍ ଶୀଘ୍ର ଇନଶାଲ୍ଲା ଆଉ ଏକ ପୁଲୱାମା ହେବ । ଏହି ପୋଷ୍ଟ ପରେ ସ୍ଥାନୀୟ ପୋଲିସ, ସ୍ଥାନୀୟ ଏଟିଏସ୍ ଏବଂ ଗୁପ୍ତଚର ବିଭାଗର ଅଧିକାରୀମାନେ ତାଙ୍କୁ ପଚରାଉଚରା କରୁଛନ୍ତି । ଅଭିଯୁକ୍ତ ଛାତ୍ରଙ୍କ ହ୍ୱାଟସ ଆପ୍ ଗ୍ରୁପ୍, ୟୁଟ୍ୟୁବ୍, ଗୁଗୁଲ୍ ଏବଂ ଅନ୍ୟାନ୍ୟ ସୋସିଆଲ୍ ମିଡିଆ ଆକାଉଣ୍ଟ ଯାଞ୍ଚ କରାଯାଉଛି ।
ସାହାରନପୁର ଏସଏସପି ଡକ୍ଟର ଭିପିନ ତାଡା କହିଛନ୍ତି ଯେ ଆପତ୍ତିଜନକ ପୋଷ୍ଟ କରିଥିବା ଯୁବକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ପଚରାଉଚରା କରାଯାଉଛି । ଏହି ମାମଲାର ଅଧିକ ଅନୁସନ୍ଧାନ କରିବା ପାଇଁ ଏକ ଟିମ୍ ମଧ୍ୟ ଗଠନ କରାଯାଇଛି ।












Click it and Unblock the Notifications