Jammu and Kashmir Assembly Election: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରସ୍ତୁତି ଚୂଡାନ୍ତ

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନକୁ ଅବାଧ, ନିରପେକ୍ଷ ଓ ସୁରୁଖୁରୁରେ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ପର୍ଯ୍ୟାୟରେ ୬ଟି ଜିଲ୍ଲାର ୨୬ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ଏହି ଜିଲ୍ଲାଗୁଡ଼ିକରେ ମୋଟ ୨୫ ଲକ୍ଷ ୭୮ ହଜାର ମତଦାତା ଦୁଇଶହ ଅଣଚାଳିଶ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ରାଜ୍ୟ କଂଗ୍ରେସ ମୁଖ୍ୟ ତାରିକ୍ ହମିଦ କରା ଏବଂ ଅପନି ପାର୍ଟି ଅଧ୍ଯକ୍ଷ ଅଲତାଫ ବୁଖାରୀ ପ୍ରମୁଖ ଅଛନ୍ତି।

ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୩ହଜାର ୫୦୨ଟି ମତଦାନ କେନ୍ଦ୍ର ସ୍ଥାପନ କରାଯିବା ସହ ୱେବକାଷ୍ଟି ଓ ଭୋଟରଙ୍କ ପାଇଁ ମୌଳିକ ସୁବିଧା ଯୋଗାଇ ଦିଆଯାଇଛି। ଗତକାଲି ସନ୍ଧ୍ୟାରେ ଏହି ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ ହୋଇଥିଲା । କେନ୍ଦ୍ର ଶାସିତ ଅଞ୍ଚଳରେ ୩ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେଉଛି।

voter

ଅକ୍ଟୋବର ୮ତାରିଖରେ ଭୋଟ୍ ଗଣତି ହେବ। ସେପମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୬୧ ପ୍ରତିଶତ ମତଦାନ ହୋଇଥିଲା। ତୃତୀୟ ପର୍ଯ୍ୟାୟରେ ଅକ୍ଟୋବର ପହିଲାରେ ୪୦ଟି ବିଧାନସଭା ଆସନ ପାଇଁ ମତଦାନ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+