କେରଳରେ ଦେଶର ଦ୍ବିତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ଦେଶରେ ଦ୍ବିତୀୟ ମଙ୍କି ପକ୍ସ ଆକ୍ରାନ୍ତ ଚିହ୍ନଟ । କେରଳର କନ୍ନୁରର ପରିରାମ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି ଆକ୍ରାନ୍ତ ।
ଥିରୁଅନନ୍ତପୁରମ : ଦେଶରେ ଦ୍ବିତୀୟ ମଙ୍କି ପକ୍ସ ଆକ୍ରାନ୍ତ ଚିହ୍ନଟ । କେରଳର କନ୍ନୁରର ପରିରାମ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି ଆକ୍ରାନ୍ତ । ସ୍ୱାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ଏନେଇ ସୂଚନା ଦେଇଛନ୍ତି।

ଆକ୍ରାନ୍ତ ଜଣକ ନିକଟରେ ଦୁବାଇରୁ କେରଳର କନ୍ନୁର ଆସିଥିଲେ । ତାଙ୍କର ବୟସ ମାତ୍ର 31 ବର୍ଷ ବୋଲି ଜଣାପଡିଛି । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ଠିକ ଥିବା ବେଳଏ ତାଙ୍କୁ ଡାକ୍ତରଙ୍କ ତତ୍ତ୍ବବଧାନରେ ରଖାଯାଇଛି। ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଅଲଗା ରଖାଯାଇଛି। ପ୍ରଥମେ ୟୁଏଇରୁ ଆସିଥିବା ଜଣେ ବ୍ୟକ୍ତି ମଙ୍କିପକ୍ସ ପଜିଟିଭ ଚିହ୍ନଟ ହୋଇଥିଲେ। ଜୁଲାଇ ୧୪ ରେ ଦେଶର ପ୍ରଥମ ମାମଲା ରାଜ୍ୟର କୋଲାମରେ ରେକର୍ଡ କରାଯାଇଥିଲା।
ୟୁରୋପୀୟ ଦେଶରେ ମଙ୍କି ପକ୍ସ ଚିହ୍ନଟ ପରେ ଅନ୍ୟସବୁ ଦେଶରେ ଏନେଇ ସତର୍କତା ଜାରି କରାଯାଇଥିଲ । ବିଶେଷ କରି ଭାରତରେ ଏଥି ପାଇଁ ସ୍ପେଶାଲ ଆଡଭାଇଜରି ଜାରି ହୋଇଥିଲା। ଭାରତରେ ମଙ୍କି ପକ୍ସ ଏଯାଏଁ 2 ମଙ୍କିପକ୍ସ ରୋଗୀ ଚିହ୍ନଟ ହେବା ପରେ ଅଧିକ ସତର୍କ ରହିବାକୁ ପଡିବ। ଯେମିତିକି ଜ୍ୱରହେବା, ଦେହ ମୁଣ୍ଡ ବଥା ହେବା ଓ ଦେହ ସାରା ଫଳିଯିବା, ଘା ଆଦି ଏହି ରୋଗର ଲକ୍ଷଣ । ଏସବୁ ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ସ୍ଥାନୀୟ ଡାକ୍ତରଙ୍କ ସହ ପରାମର୍ଶ କରି ପରୀକ୍ଷା କରନ୍ତୁ । ଏହାପରେ ଯଥା ନିୟମ ମାନି ଚଳନ୍ତୁ ।












Click it and Unblock the Notifications