DG-IG ସମ୍ମିଳନୀର ଦ୍ବିତୀୟ ଦିନ: ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଚାଲିଛି ଆଲୋଚନା

ଲୋକସେବା ଭବନରେ ଆରମ୍ଭ ହୋଇଥିବା ଡିଜିପି-ଆଇଜିପି ସମ୍ମିଳନୀର ଆଜି ଦ୍ବିତୀୟ ଦିନ । ସମ୍ମିଳନୀରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ପୋଲିସ ମୁଖ୍ୟ ମାନଙ୍କ ବୈଠକ । ପୋଲିସ ମୁଖିଆଙ୍କୁ ଗୁରୁମନ୍ତ୍ର ଦେବେ ମୋଦି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଅଛନ୍ତି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗକୁ ନେଇ ହେବ ଆଲୋଚନା । ଆଭ୍ୟନ୍ତରୀଣ ସୁରକ୍ଷା, ସନ୍ତ୍ରାସବାଦ କାର୍ଯ୍ୟକଳାପ, ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା, ନୂଆ ଅପରାଧିକ ଆଇନ, ନକ୍ସଲ ନିୟନ୍ତ୍ରଣ ବିଷୟରେ ଆଲୋଚନା ହେବ ।

ଆଜି ସକାଳ ସମୟରେ ଡିଜିପି-ଆଇଜିପି ସମ୍ମିଳନୀରେ ଯୋଗ ଶିବିର ଆୟୋଜିତ ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ , ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହି ପୋଲିସର ମନୋବଳକୁ ବୃଦ୍ଧି କରିଥିଲେ । ପୋଲିସ ମାନଙ୍କୁ ଫିଟର ବାର୍ତ୍ତା ଦେଲେ ଗୃହମନ୍ତ୍ରୀ । ସୁସ୍ଥ ନିରାମୟ ଜୀବନ ଜାପନ ପାଇଁ ଯୋଗ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ ।

DG-IG conference

ଗତକାଲି ଠାରୁ ଆରମ୍ଭ ହୋଇଥିବା DGP IG ସମ୍ମିଳନୀ ଆସନ୍ତା କାଲି ଶେଷ ହେବ । ଏଥି ପାଇଁ କମିଶନରେଟ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । 70 ପ୍ଲାଟୁନ ଫୋର୍ସ ସୁରକ୍ଷାରେ ନିୟୋଜିତ ଅଛନ୍ତି । 59 ତମ DGP ସମ୍ମିଳନୀ ଭୁବନେଶ୍ୱର ରେ ହେଉଥିବାରୁ ପ୍ରଧାନମନ୍ତ୍ରୀ ଆଜି ସାମିଲ ହୋଇଛନ୍ତି । 1950 ମସିହାରୁ ଆରମ୍ଭ ହୋଇଥିବା ସର୍ବଭାରତୀୟ ପୋଲିସ ଡିଜି ସମ୍ମିଳନୀ ପୂର୍ବରୁ କେବଳ ଦିଲ୍ଲୀ ଆୟୋଜିତ ହେଉଥିବା ବେଳେ 2014 ମସିହା ପରଠୁ ଏହି ସମ୍ମିଳନୀ ଭିନ୍ନ ଭିନ୍ନ ରାଜ୍ୟରେ ଅନୁଷ୍ଠତ ହେଉଛି । ପୂର୍ବରୁ ଆସାମର ଗୌହାଟି, ଗୁଜୁରାଟର କଚ୍ଛ, ତେଲେଙ୍ଗାନାର ହାଇଦ୍ରାବାଦ, ମଧ୍ୟପ୍ରଦେଶର ଟେକନପୁର, ଗୁଜୁରାଟର ଷ୍ଟାଚୁ ଅଫ ୟୁନିଟ, ମହାରାଷ୍ଟ୍ରର ପୁଣେ, ଉତ୍ତରପ୍ରଦେଶ ଲକ୍ଷ୍ନୌ, ନୂଆଦିଲ୍ଲୀ, ରାଜସ୍ଥାନର ଜୟପୁରରେ ହୋଇସାରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+