ତେଲଙ୍ଗାନାରେ ଟନେଲ ଭୁଶୁଡ଼ିବା ଘଟଣା: ୩୨ ଦିନ ପରେ ଉଦ୍ଧାର ଦ୍ବିତୀୟ ମୃତଦେହ
ତେଲେଙ୍ଗାନାର ନାଗରକର୍ନୁଲ ଜିଲ୍ଲାରେ ଏସଏଲ୍ବିସି ସୁଡ଼ଙ୍ଗ ଭୁଶୁଡ଼ିବା ସ୍ଥଳରୁ ଆଜି ଉଦ୍ଧାରକାରୀ ଦଳ ଦ୍ବିତୀୟ ମୃତଦେହ ଉଦ୍ଧାର କରିଛନ୍ତି। ମୃତ ବ୍ୟକ୍ତିଙ୍କ ପରିଚୟ ଏଯାବତ ଜଣାପଡ଼ିନି। ସୁଡ଼ଙ୍ଗ ଭୁଶୁଡ଼ିବା ସ୍ଥଳଟଠାରୁ ୫୦ ମିଟର ଦୂରରେ ଶ୍ରମିକଙ୍କ ମୃତଦେହ ମିଳିଛି। ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୨୨ ତାରିଖରୁ ତେଲେଙ୍ଗାନାର ଏହି ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିଥିଲା। ଏଥିରେ ୮ ଜଣ ଶ୍ରମିକ ଫସି ରହିଥିଲେ।
ଏହି ଶ୍ରମିକଙ୍କ ମଧ୍ୟରୁ ମାର୍ଚ୍ଚ ୯ ତାରିଖରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିଲା ଏବଂ ଆଜି ଆଉ ଏକ ମୃତଦେହ ମିଳିଛି। ସୁଡ଼ଙ୍ଗରେ ସର୍ଚ୍ଚ ଅପରେସନ୍କୁ ଜୋରଦାର କରିବାପାଇଁ ସରକାର ନିଷ୍ପତ୍ତି ନେବାପରେ ଆଜି ଦ୍ବିତୀୟ ମୃତଦେହ ମିଳିଛି। ଉଲ୍ଲେଖଯୋଗ୍ୟ, ସୋମବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଏହି ଅପରେସନ୍ର ସମୀକ୍ଷା କରିବାପାଇଁ ଏକ ବୈଠକରେ ଯୋଗ ଦେଇଥିଲେ।

ଆବଶ୍ୟକ ଅପରେସନ୍ ତ୍ବରାନ୍ବିତ କରିବାପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଦୁର୍ଘଟଣା ପରଠାରୁ ଉଦ୍ଧାର କାର୍ଯ୍ୟରେ କେନ୍ଦ୍ର, ରାଜ୍ୟ ଏବଂ ଘରୋଇ ଅନୁଷ୍ଠାନ ସମେତ ୨୫ଟି ସଂସ୍ଥା ନିୟୋଜିତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।












Click it and Unblock the Notifications