SEBI ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ତେ
Tuhin Kanta Pandey: SEBI ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ତେ । ନିଯୁକ୍ତି ସଂପର୍କିତ କ୍ୟାବିନେଟ କମିଟି ଦେଲା ନିଯୁକ୍ତି । ୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ତୁହିନ କାନ୍ତ ପାଣ୍ଡେ ବର୍ତ୍ତମାନ ଅର୍ଥ ଏବଂ ରାଜସ୍ୱ ବିଭାଗର ସଚିବ ଅଛନ୍ତି। ତୁହିନକାନ୍ତ ପାଣ୍ତେ ୩ ବର୍ଷ ପର୍ଯ୍ୟନ୍ତ ସେବି ଅଧ୍ୟକ୍ଷ ରହିବେ । ଏକାଦଶ ସେବି ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ବର୍ତ୍ତମାନ ତୁହିନକାନ୍ତ ପାଣ୍ତେ ଫାଇନାନ୍ସ ସେକ୍ରେଟାରୀ ଭାବେ କାର୍ଯ୍ୟରତ ।

ସେବି ମୁଖ୍ୟ ପାଇଁ ତୁହିନ କାନ୍ତ ପାଣ୍ଡେଙ୍କ ବ୍ୟତୀତ, ଅର୍ଥନୈତିକ ବ୍ୟାପାର ବିଭାଗ (DEA) ସଚିବ ଅଜୟ ସେଠ୍, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ସଚିବ ପଙ୍କଜ ଜୈନ ଏବଂ ସେବି ପୂର୍ଣ୍ଣକାଳୀନ ସଦସ୍ୟ କେସି ଭାର୍ଷ୍ନେ ଦୌଡ଼ରେ ଥିଲେ।












Click it and Unblock the Notifications