ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଅଞ୍ଚଳରେ ନିଖୋଜ ଯବାନଙ୍କ ପାଇଁ ତଲାସ ଜାରି

ଶ୍ରୀନଗର: ଆତଙ୍କବାଦୀ ମାନଙ୍କ ସହ ଏନକାଉଣ୍ଟର ବେଳେ ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଅଞ୍ଚଳରେ ନିଖୋଜ ହୋଇଛନ୍ତି ଦୁଇଜଣ ଯବାନ। ସୋମବାର ଠାରୁ ଆରମ୍ଭ ହୋଇଥିବା ଆତଙ୍କବାଦୀ ମୁକାବିଲା ଅଭିଯାନରେ ଗୁଳି ବିନିମୟ ବେଳେ ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ରେ ଜଣେ ଜୁନିଅର୍‌ କମିସନ୍‌ଡ୍‌ ଅଫିସର୍‌ଙ୍କ ସମେତ ଦୁଇଜଣ ଯବାନ ନିଖୋଜ ହେବାରୁ ସେନା ବ୍ୟାପକ କମ୍ବିଙ୍ଗ୍‌ (ତଲାସ) ଅଭିଯାନ ଆରମ୍ଭ କରିଛି।

ଜମ୍ମୁ

ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀମାନଙ୍କ ସହ ଭୀଷଣ ଗୁଳି ବିନିମୟ ବେଳେ ଜଣେ 'ଜେସିଓ' ଏବଂ ଜଣେ ସୈନିକ ନିରୁଦ୍ଦିଷ୍ଟ ହୋଇଯାଇଥିଲେ। ଗୁରୁବାର ସନ୍ଧ୍ୟାରୁ ସେନା ଓ 'ଜେସିଓ'ଙ୍କ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ସେହିପରି, ଅନ୍ୟ ଏକ ଘଟଣାରେ ଆଜି 'ଲଶ୍କର୍‌-ଏ-ତୈବା'ର କମାଣ୍ଡର୍‌ ଏବଂ ୧୦ଜଣ କୁଖ୍ୟାତ ଆତଙ୍କବାଦୀଙ୍କ ମଧ୍ୟରୁ ଅନ୍ୟତମ ଉମର ମୁସ୍ତାକ୍‌ ଖାଣ୍ଡେ ନାମକ ଜଣେ ଆତଙ୍କବାଦୀଙ୍କୁ ପୁଲ୍‌ଓ୍ଵାମା ଜିଲ୍ଲାର ପାମ୍ପୋର୍‌ ଅଞ୍ଚଳରେ ନିରାପତ୍ତା ବଳ ଘେରି ରହିଥିବା କଥା ପୁଲିସ କହିଛି।

ଏ ବର୍ଷ ପ୍ରାରମ୍ଭରେ ସେ ଶ୍ରୀନଗର ଜିଲ୍ଲାର ବାଗହାଟରେ ସେ ଦୁଇଜଣ ପୁଲିସ କର୍ମଚାରୀଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+