ଲୁଚି ରହିଛନ୍ତି ଆତଙ୍କବାଦୀ ! ଅନନ୍ତରାଗରେ ଏନକାଉଣ୍ଟର ପରେ ସର୍ଚ୍ଚ ଅପରେସନ ଜାରି
Anantanag Encounter: ଜାମ୍ମୁ କାଶ୍ମୀର ପୋଲିସ ଗୁରୁବାର ଦିନ ଅନନ୍ତନାଗ ଜିଲ୍ଲାର ଦୁଇ ଲଶ୍କର-ଏ-ତାଇବା ଆତଙ୍କବାଦୀଙ୍କୁ କାବୁ କରିବାରେ ସଫଳ ହୋଇଛି । କୋକେରନାଗର ଗୁଡୋଲେ ଅଞ୍ଚଳରେ ଗତକାଲି ଏନକାଣ୍ଟପ ପରେ ଆଲର୍ଟ ଅଛି ସୁରକ୍ଷାକର୍ମୀ । ସନ୍ଦେହ କରାଯାଉଛି ଯେ ଏହି ସ୍ଥାନରେ କିଛି ଆତଙ୍କବାଦୀ ଏବେ ଲୁଚି ରହିଛନ୍ତି । ଗତକାଲି ସାରା ରାତି ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଆଜି ସକାଳୁ ମଧ୍ୟ ପୁଣି ଆକଙ୍କବାଦୀଙ୍କୁ ଧରିବା ପାଇଁ ଅପରେସନ ଆରମ୍ଭ ହୋଇଯାଇଛି ।
ଗତକାଲି ଏନକାଉଣ୍ଟର ବେଳେ ଆତଙ୍କବାଦୀଙ୍କ ଆକ୍ରମଣରେ ୩ ଅଧିକାରୀ ସହିଦ ହୋଇଛନ୍ତି । ଅଧିକାରୀଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ, ରାଷ୍ଟ୍ରୀୟ ରାଇଫଲ୍ସର ଜଣେ ମେଜର ଏବଂ ଜମ୍ମୁକଶ୍ମୀର ପୋଲିସର ଜଣେ ଡିଏସପି ରହିଛନ୍ତି । ଏମାନେ ହେଲେ କର୍ଣ୍ଣେଲ ମନପ୍ରୀତ ସିଂହ, ମେଜର ଆଶିଷ ଧନଚୋକ ଏବଂ ଡିଏସପି ହୁମାୟୁଁ ମୁଜାମିଲ୍ ଭଟ୍ଟ ।

ସେହିପରି ଏହି ଘଟଣାରେ ଦୁଇ ଜଣ ଆତଙ୍କବାଦୀ ମିଧ୍ୟ ନିପାତ ହୋଇଛନ୍ତି । ସୂଚନା ଅନୁସାରେ ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ୍ ବେଳେ ଆଦଙ୍କବାଦୀ ମାନେ ସେନା ଉପରେ ଆକ୍ରମଣ କରିଥିଲା । ସେହିପରି ରାଜୌରୀରେ ଗଲା ତିନି ଧରି ଚାଲିଥିବା ଅପରେସନରେ ସେନାର ସନ୍ଧାନୀ କୁକୁର କେଣ୍ଟ୍ ମଧ୍ୟ ସାମିଲ ହୋଇଥିଲା । ତେବେ ଆତଙ୍କବାଦୀଙ୍କ ଭାରୀ ଗୁଳି ବର୍ଷା ଭିତରେ କୁକୁର କେଣ୍ଟ ପ୍ରାଣ ହରାଇବା ସହ 5 ଜଣ ଯବାନ ଗୁରୁତର ହୋଇଥିଲେ ।
ସୂଚନା ଥାଉ ଯେ, ଚଳିତ ବର୍ଷ ଏପର୍ଯ୍ୟନ୍ତ ସୁରକ୍ଷାବାହିନୀର ଏନକାଉଁଣ୍ଟରରେ ୨୬ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ଏହାସହ ୧୦ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ପିଟିଆଇ ତରଫରୁ ଏହି ସୂଚନା ମିଳିଛି ।
ଜାମ୍ମୁ କାଶ୍ମୀରରେ ବିଜେପି ନେତା ତରୁଣ ଚୁଘ କହିଛନ୍ତି ଯେ, ଏହା ଏକ ଦୁଃଖଦ ସମୟ ଏବଂ ସହୀଦ ଯବାନ ମାନଙ୍କ ପରିବାର ପ୍ରତି ସମଗ୍ର ଦେଶ ସହାନୁଭୂତି ଦେଖାଉଛି । ସେ ସେମାନଙ୍କ ସହିତ ଠିଆ ହୋଇଛନ୍ତି। ଯେଉଁମାନେ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ରାଜନୀତି କରୁଛନ୍ତି ସେମାନେ ବାହାରକୁ ଆସିବା ଉଚିତ୍, ଏହି ପ୍ରକାର ମାନସିକତା ପରିବର୍ତ୍ତନ କରିବା ଉଚିତ୍ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications