ଏହି ରାଜଧାନୀ ଏକ୍ସପ୍ରେସରେ ହେଲା ଗୁଳିମାଡ଼
Sealdah-New Delhi Rajdhani Express Fire: କୋଲକାତାରୁ ଦିଲ୍ଲୀ ଆସୁଥିବା ସିଲଦା-ରାଜଧାନୀ ଏକ୍ସପ୍ରେସ ଭିତରେ ଗୁଳିକାଣ୍ତ । ଟ୍ରେନ ଭିତରେ ହୋଇଛି ଗୁଳିମାଡ଼ ପେର ଭୟଭୀତ ଯାତ୍ରୀ । ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ରହିଛି । ସେପଟେ ଅଭିଯୁକ୍ତକୁ ଗିରଫ କରି ପଚାରଉଚରା କରୁଛି ପୋଲିସ ।

ସୂଚନା ଅନୁସାରେ, ଟ୍ରେନଟି ଝାଡ଼ଖଣ୍ତ ରାଜଧାନୀ ରାଞ୍ଚିରେ ଦେଇ ଯାଉଥିବା ବେଳେ ହଠାତ୍ ଗୁଳି ଶଦ୍ଦ ହୋଇଲା । ଯାହାପରେ ସମସ୍ତ ଯାତ୍ରୀ ଭୟଭୀତ ହୋଇ ପଡିଥିଲେ ଏବଂ ଟ୍ରେନ ଭିତରେ ଦୌଡାଦୌଡି ଆରମ୍ଭ ହୋଇଯାଇଥିଲା । ସୂଚନା ପାଇଁ ତୁରନ୍ତ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ଏବଂ ଉକ୍ତ ଯୁବକଙ୍କୁ ଗିରଫ କରିଥିଲା ଏବଂ ଅଭିଯୁକ୍ତ ବ୍ୟକ୍ତିଙ୍କର ରକ୍ତ ନମୁନା ପାଇଁ ପଠାଯାଇଛି ।
ତେବେ ପୂର୍ବରୁ ମଧ୍ୟ ଟ୍ରେନ ମଧ୍ୟରେ ଏପରି ଘଟଣା ଘଟିଛି । ଜୁଲାଇ ୩୧ ତାରିଖରେ ଜଣେ ଆରପିଏଫ କନଷ୍ଟେବଳ ଚେହନ ସିଂ ଚୌହାନ ଜୟପୁର-ମମ୍ବାଇ ସୁପରଫାଷ୍ଟ ଏକ୍ସପ୍ରେସରେ ଆଖିବୁଜା ଗୁଳି ଚଳାଇଥିଲେ । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା।












Click it and Unblock the Notifications