ଷ୍ଟାଚ୍ୟୁ ଅଫ୍ ୟୁନିଟି ଡିଜାଇନର ମୂର୍ତ୍ତକାର ରାମ ସୂତାରଙ୍କ ପରଲୋକ
ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି, ଷ୍ଟାଚ୍ୟୁ ଅଫ୍ ୟୁନିଟି ଡିଜାଇନ୍ କରିଥିବା ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ବୁଧବାର ରାତିରେ ନୋଏଡାସ୍ଥିତ ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତେବେ ହାତର ଯାଦୁଗରୀ ଏମିତି ଥିଲା ଯେ, ତାଙ୍କ ଦ୍ୱାରା ଜୀବନ ହେଇ ଉଠୁଥିଲା ପଥର । ସେ ଯେକୌଣସି ପଥରକୁ ଛୁଇଁଲେ ତାହା ଏକ ଉଲ୍ଲେଖନୀୟ ମୂର୍ତ୍ତିରେ ପରିଣତ ହେଇଯାଉଥିଲା ।

ତାଙ୍କ ପୁଅ ଅନିଲ ସୂତାର ତାଙ୍କ ଦେହାନ୍ତ ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି, ମୁଁ ଆପଣଙ୍କୁ ବହୁତ ଦୁଃଖର ସହିତ ଜଣାଇ ଦେଉଛି ଯେ ମୋ ପିତା ରାମ ଭାଞ୍ଜୀ ସୂତାର ଡିସେମ୍ବର ୧୭ ତାରିଖ ମଧ୍ୟରାତ୍ରିରେ ଆମ ଘରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ଏଥିସହ ତାଙ୍କ ଶେଷକୃତ୍ୟ ଏବଂ ରୀତିନୀତି ଆଜି କରାଯିବ । ତାଙ୍କ ଶେଷଯାତ୍ରା ନୋଏଡାର ସେକ୍ଟର ୧୯, A2 ରୁ ଆରମ୍ଭ ହେବ। ଏବଂ ସୁପରନୋଭା ବିଲଡିଂ ନିକଟସ୍ଥ ସେକ୍ଟର ୯୪ର ଶ୍ମଶାନ ନିକଟକୁ ଯିବ।












Click it and Unblock the Notifications